କେନ୍ଦୁଝର,ତା୨୪/୯- କାଲି ସହର ଉପକଣ୍ଠ ଧୃପଦାରେ ସ୍ୱାମୀ ସ୍ତ୍ରୀଙ୍କୁ ଟ୍ରକ ପେଶି ଦେଇ ଚାଲିଯାଇଥିଲା। ଆଜି ସକାଳେ ପୁଣି ପୁରୁଣା ସହର ବାଇପାସରେ ଜଣେ ମୋ ବସ ଡ୍ରାଇଭରଙ୍କୁ ଟ୍ରାଲର ଚଢେଇ ଚାଲିଯାଇଛି। ଫଳରେ ସକାଳୁ ଡ୍ୟୁଟି ଲାଗି ସ୍କୁଟରରେ ଆସୁଥିବା ଘଟଗାଁ ଥାନା ଅନ୍ତର୍ଗତ ପୋଇପାଣି ଗ୍ରାମର ଫନୀଭୂଷଣ ମହାନ୍ତଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟକି ମେଘୁଆ ବର୍ଷା ପାଗରେ କୁହୁଡିଆ ପାଗ ହୋଇଥିବା ବେଳେ କିଛି ଟ୍ରଲର ଚାଳକ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି ମନଇଚ୍ଛା ଦୃତ ଗତିରେ ଗାଡି ଚଳାଇ ପଥଚାରୀଙ୍କ ଅମୁଲ୍ୟ ଜୀବନ ନେଉଛନ୍ତି। ତେଣୁ ଲୁହାପଥର ବୋଝେଇ ଟ୍ରକ ଲାଗି ସ୍ୱତନ୍ତ୍ର ରାସ୍ତା କରିବା ସହ ମୃତକ ପରିବାରକୁ ସରକାର ଦୁଇ କୋଟି ଟଙ୍କା ଦେବାକୁ ଦାବି ହେଉଛି। ଏଥିସହ ଜାତୀୟ ରାଜପଥ କଡ଼େ ପାର୍କିଂ ପ୍ଲେସ କରିବା ସହ ରାସ୍ତା କଡ଼େ ଗାଡ଼ି ପାର୍କିଂ ହଟେଇବାକୁ ମଧ୍ୟ ଦାବି ହେଉଛି। କେନ୍ଦୁଝର ସହର ବାଇପାସ କଡ଼େ ସରକାରୀ ଜମିରେ ମାଡ଼ି ବସି ବେଆଇନ ପାର୍କିଂ ୟାର୍ଡ ହେଇ ସେଠାରେ ଦୁର୍ଘଟଣା ବଢ଼ାଉଛି ବୋଲି ଗୁରୁତର ଅଭିଯୋଗ ହେଉଛି ତାହା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ନିବେଦନ କରିଛନ୍ତି।