ଗଜପତିରେ ସ୍ଵେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରତିକୂଳ ପାଗ ପାଇଁ ଗର୍ଭବତୀ ମା ମାନଙ୍କୁ ଉଦ୍ଧାର

10

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପ୍ରତିକୂଳ ପାଗ ଏକ ବିପଦ ବାନ୍ଧିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ କିଛି ସତର୍କତାମୂଳକ ପଦକ୍ଷେପ ନେଇଥିବା ବେଳେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏଦିଗରେ ବିରଳ ଉଦ୍ୟମ ଜାରୀ ରଖିଛନ୍ତି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍. ରାୟଗଡ ବ୍ଲକର ଦୁର୍ଗମ ଗ୍ରାମରୁ ଗର୍ଭବତୀ ମା ମାନଙ୍କୁ ନିଜର ଡମ୍ୱାପୁର ମାଗୃହ ଠାରେ ନିଜର ପରିବହନ ଦ୍ୱାରା ଆଣି ରଖିଛନ୍ତି।ସତର୍କତା ମୂଳକ ପଦକ୍ଷେପ ଦ୍ୱାରା ସେମାନେ ସୁଦୂର ଜଲାଙ୍ଗ , ଓମେଡା , କରଡାସିଂ ଓ ଗଣ୍ଡାହାତୀରୁ ୧୦ ଜଣ ଗର୍ଭବତୀ ମାଙ୍କୁ ଆଣି ନିଜର ମା ଗୃହରେ ରଖିଛନ୍ତି। ଏଥିପାଇଁ ସେମାନଙ୍କ ଡମ୍ୱାପୁର କର୍ମୀମାନେ ବହୁ ଉଦ୍ୟମ କରିଥିଲେ।
ସେହିଭଳି ଆର୍.ଉଦୟଗିରି ବ୍ଲକର ଡେରବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଶିଆଳିଲଟି ଏସଏସଡି ହାଇସ୍କୁଲରେ ବାତ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିଥିଲେ।ସେହିପରି ନୂଆଗଡ ବ୍ଲକର ପିସ୍ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଖଜୁରିପଦା ମା ଗୃହ ଠାରେ ନିକଟସ୍ଥ ଦୁର୍ଗମ ଗ୍ରାମରୁ ଗର୍ଭବତୀ ମା ମାନଙ୍କୁ ଆଣି ରଖିଛନ୍ତି। ଉଭୟ ସଂଗଠନ ଦ୍ୱାରା ସେହି ମହିଳାମାନଙ୍କ ପାଇଁ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି। ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରାଯାଇ ସେମାନଙ୍କ ଯତ୍ନ ନିଆଯାଉଛି। ନିକଟରେ ଗଜପତି ସିଡିଏମଓ ଓ ଡିପିଏମ୍ ଉକ୍ତ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ମା ମାନଙ୍କର ଉପଚାର ବ୍ୟବସ୍ଥା ତଦାରଖ କରିଥିଲେ।

Leave A Reply

Your email address will not be published.