ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: – ଏକଦା ପଟାବଣ୍ଟନ, ଜଙ୍ଗଲ ଜମି କାଗଜ କରିବା ରେ ବହୁ ପ୍ରଶଂସିତ ହୋଇଥିବା ଗୁଣପୁର ତହସିଲ କାର୍ଯ୍ୟାଳୟ ବର୍ତ୍ତମାନ ପରିପ୍ରେକ୍ଷୀ ରେ ସ୍ଥାଣୁ ପାଲଟିଛି। ସାଧାରଣ ଲୋକଙ୍କ କୌଣସି କାର୍ଯ୍ୟ ଏହି କାର୍ଯ୍ୟାଳୟ ରେ ହୋଇ ପାରୁ ନଥିବା ଅନେକ ଅଭିଯୋଗ ରହିଛି। କାର୍ଯ୍ୟାଳୟ କର୍ମଚାରି ମାନେ କେବଳ ଦିନ ବଞ୍ଚାଣ ଓ ମୁଖ ଦର୍ଶନ ଭଳି ସମସ୍ତ କାର୍ଯ୍ୟକୁ ଖାଲି ସମୟ ବ୍ୟତୀତ କରି ଜନସାଧାରଣ ଙ୍କୁ ହନ୍ତସନ୍ତ କରିବାରେ ଲାଗିଛନ୍ତି। ସାଧାରଣ ଲୋକଙ୍କ ଜମୀ ଚିହ୍ନଟ , ଉତ୍ତରାଧିକାରୀ ପ୍ରମାଣ ପତ୍ର,ଆବାସିକ ପ୍ରମାଣ ପତ୍ର, ଆଦାୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ବିନା କାରଣ ରେ ବିଳମ୍ବ ଅଥବା ଖାରଜ କରାଯାଉଛି। ସୂଚନା ଅଧିକାର ଆଇନ ଓ ସିଟିଜେନ ଚାର୍ଟର ଗୁଣପୁର ତହସିଲରେ ପ୍ରହସନ ପାଲଟିଛି ଏବଂ ଅନଲାନ ସୂଚନା ଅଧିକାର ବିଷୟ କିଛି କର୍ମଚାରୀ ଆମେ କାମ ଜାଣିନୁ ବୋଲି କହୁଥିବା ଦୁର୍ଭାଗ୍ୟ ଜନକ ବୋଲି ସୂଚନା ଅଧିକାର କର୍ମୀ “ଆଶୁତୋଷ ବରାଳ” କହିଛନ୍ତି। ସେଭଳି ରେଳ ଜମି ଜବର ଦଖଲ, ପୋଷ୍ଟାଲ ଜମିର ଜବର ଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ୍ୟ ଏବଂ ବିଭିନ୍ନ ଅଭିଯୋଗ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ କରାଯାଉଥିଲେ ମଧ୍ୟ ଏହି ଅଭିଯୋଗ ଗୁଡିକର ନିରାକରଣ ନିମନ୍ତେ ଦୀର୍ଘ ଦିନ ହେବ ତହସିଲ କାର୍ଯ୍ୟାଳୟରେ ଅଟକି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ କରିଥିବା ଏବିଭିପି ର ନଗର ସମ୍ପାଦକ ପ୍ରକାଶ କରିଛନ୍ତି। ଓଡିଶା ଜମି ଅବୈଧ ଦଖଲ ଓ ନିବାରଣ ଆଇନ ୧୯୭୨ ପ୍ରକାରେ ଗୁଣପୁର ତହସିଲ ରେ ଅନେକ କେଶ ନମୋଦ ହୋଇଥିଲେ ମଧ୍ୟ ତହସିଲ ବାବୁ ବାବୁଆଣୀ ମାନେ ଏହି ଆଇନର ଗଳା ବାଟ ବାହାର କରି କେବଳ ପତ୍ରାଳାପ କରି କାମ ଚଲା ନୀତି ଅବଲମ୍ବନ କରିବାରେ ଲାଗିଛନ୍ତି ବୋଲି ଓଡ଼ିଶା ଦୁର୍ନତୀ ସଂଘର୍ଷ ମଞ୍ଚ ର ରାୟଗଡ଼ ଜିଲ୍ଲା ସଭାପତି ତଥା ଗୁଣପୁର ଶାଖା ଆବାହକ ଶ୍ରୀ ଶକ୍ତି ଦାଶ କହିଛନ୍ତି। ସେଭଳି ଦେବୋତ୍ତର ଭଳି ଗୁରୁତ୍ୱ ବିଭାଗ ତହସିଲ ଉପରେ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ନହେବା, ତହସିଲ ଅଧିକାରୀ ମାନଙ୍କ ଏହି ଦେବୋତ୍ତର ବିଭାଗ ପ୍ରତି ହତାଦର କାରଣ ରୁ ମନ୍ଦିର ମାନଙ୍କ ରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଅନ୍ୟପକ୍ଷରେ ଏହି ବିଷୟ ଗୁଡିକ ସମ୍ପର୍କ ରେ ଅଭିଯୋଗ କରିଲେ ମଧ୍ୟ ଗୁଣପୁର ତହସିଲ ଫାଇଲ ରେ ଅଭିଯୋଗ ଗୁଡିକ ଧୂଳି ଚାଟୁଛି ବୋଲି ଆଦିତ୍ୟ ବାହିନୀ ଗୁଣପୁର ତରଫରୁ ଅଭିଯୋଗ କରାଯାଇଛି।
ସେଭଳି ଗ୍ରାମ୍ୟ କଣ୍ଟ ପରମ୍ପୋକୁ ସ୍କିମ ରେ ଆବେଦନ ପ୍ରାର୍ଥୀ ଙ୍କ ନାମ ନମୋଦ , ଜମି ହସ୍ତାନ୍ତରଣ, ତହସିଲ ଡାଟା ନବୀକରଣ, ସ୍କେଚ ମ୍ୟାପ ପ୍ରଦାନ ଏଭଳି ଅନେକ କାର୍ଯ୍ୟ ରୁ କୌଣସି କାର୍ଯ୍ୟ ତତ୍ପରତା ରେ ହେଉନଥିବା ଯୋଗୁଁ ତୁରନ୍ତ ତହସିଲ ଅଫିସ ର ଶିଥିଳ କାର୍ଯ୍ୟ ରେ ହସ୍ତକ୍ଷେପ କରି ସରକାରକ ଙ୍କ ସିଟିଜେର୍ନ ଚାର୍ଟର ଓ ସୂଚନା ଅଧିକାର ଆଇନ ର ପ୍ରାମାଣିକତା ଆଣିବାକୁ ଜିଲ୍ଲାପାଳ ଓ ରାଜସ୍ୱ କମିଶନର ଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି ଗୁଣପୁର ଉନ୍ନୟନ ଯୁବ ସଂଗଠନ ଓ କଳିଙ୍ଗ ସାମ୍ବାଦିକ ସଦସ୍ୟ ବୃନ୍ଦ।
Sign in
Sign in
Recover your password.
A password will be e-mailed to you.