ଗୀତାଞ୍ଜଳି ସେଠି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ 

0

ଭୁବନେଶ୍ୱର,:  ବିଜୁ ଜନତା ଦଳ ରାଜ୍ୟ ସଭାପତି  ଶ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀମତୀ ଗୀତାଞ୍ଜଳି ସେଠୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜେଡି ଏସ୍‍ସି ସେଲ୍‍ ରାଜ୍ୟ ସଂପାଦକ ଭାବେ ଶ୍ରୀ ଦୀନବନ୍ଧୁ ମଲ୍ଲିକ ଏବଂ ଅନୁଗୁଳ ଜିଲ୍ଲା ବଅଁରପାଳର ଉମେଶ ଚନ୍ଦ୍ର ଗଡ଼ନାୟକଙ୍କୁ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି  |  ସେହିପରି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଭାବେ ଶ୍ରୀ ନିଶିଥ କରଣଙ୍କୁ ନିଯୁକ୍ତି ଦେବା ସହ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସେହିପରି ଶ୍ରୀ ମନୋଜ କୁମାର ନାୟକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ସହିତ ଯାଜପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।ବୋଲି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.