ପାଇକମାଳ ଡାକ୍ତରଖାନା ରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ।

150

ପଦ୍ମପୁର ୧୭ା୯: ବିଶ୍ୱ ରୋଗୀ ସୁରକ୍ଷା ଦିବସ ଅବସରରେ ପାଇକମାଳ ଡାକ୍ତରଖାନା ରେ ଅଣସଂକ୍ରାମକ ରୋଗ ପ୍ରତି ସଚେତନତା ଓ ନିରାପଦ ଚିକିତ୍ସା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ଅଣସଂକ୍ରାମକ ରୋଗ ପାଇଁ ସୁରକ୍ଷିତ ଚିକିତ୍ସା’କୁ ନେଇ ରୋଗୀ ଓ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ଅଣସଂକ୍ରାମକ ରୋଗର ପ୍ରକାର, ଚିକିତ୍ସା ପଦ୍ଧତି ଓ ଚିକିତ୍ସାର ଫଳାଫଳ ସମ୍ପର୍କରେ ରୋଗୀମାନଙ୍କୁ ବୁଝାଇ ଦିଆଯାଇଥିଲା। ରୋଗୀମାନେ ନିଜେ ସେବନ କରୁଥିବା ଔଷଧ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା ସହ ଔଷଧର ନିୟମିତ ଓ ନିରାପଦ ବ୍ୟବହାର ନେଇ କାଉନ୍ସେଲିଂ କରାଯାଇଥିଲା।


ଏଥିସହ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କୁ ଔଷଧ ସଂରକ୍ଷଣ ଓ ରିଫିଲ୍ ପ୍ରୋଟୋକଲ୍, ଉପଯୁକ୍ତ ଔଷଧ ବ୍ୟବହାର ଏବଂ ସଠିକ୍ ପ୍ରେସକ୍ରିପ୍ସନ୍ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ଡା. ଅସିମ ଅଭିଳାଷ କୁମାର ମହାନ୍ତି, ଡା. ଅଙ୍କିତ ସାଗର, ଡା. ତୋରାଚନ ସାହୁ, ଡା. ଶିବ ସାହୁ, ଫାର୍ମାସି ଅଫିସର ଚିତ୍ତରଞ୍ଜନ ଦାଶଙ୍କ ସମେତ ନର୍ସିଂ, ଲାବୋରେଟୋରୀ, ସୁରକ୍ଷା ଓ ସଫେଇ କର୍ମଚାରୀମାନେ ଯୋଗଦେଇଥିଲେ।

Leave A Reply

Your email address will not be published.