ବେଲଗୁଣ୍ଠା: ୧୭/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମରେ ପାଳିତ ହୋଇଛି। ବିଭିନ୍ନ ଶିଳ୍ପାନୁଷ୍ଠାନ, ୱାର୍କସପ୍, ଅଟୋମୋବାଇଲ୍ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜା ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ସହରର ଶ୍ରୀ ଲକ୍ଷ୍ମୀନାରାୟଣ ଅଟୋମୋବାଇଲ୍ ଏଣ୍ଡ ଇଞ୍ଜିନିୟରିଂ ସଂସ୍ଥାରେ କର୍ତ୍ତା ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୂଜା ଆୟୋଜିତ ହୋଇଥିଲା। ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ କାଉନସିଲର ଦିବ୍ୟ ରଞ୍ଜନ ଦାସ ବିଶ୍ଵକର୍ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ସାଇ ଆଇଟିଆଇ, ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ପ୍ରକଳ୍ପ, ବମ୍ବେ ଷ୍ଟିଲ୍ ଏବଂ ପି.ଏଚ୍.ଡି ସଂସ୍ଥାରେ ମଧ୍ୟ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା।
ଅନ୍ୟପକ୍ଷରେ କବିରାଜପୁରସ୍ଥିତ ଶ୍ରୀନାରାୟଣ ବିହାରର ମା’ ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ମଧ୍ୟ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଥିଲା। ଅନୁଷ୍ଠାନ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ତଥା କର୍ତ୍ତା ଚିତ୍ତରଞ୍ଜନ ରଥ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ପୁରୋହିତ ଶିବରାମ କର ବିଧିବିଧାନ ଅନୁଯାୟୀ ପୂଜା ସମ୍ପନ୍ନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ପାଢ଼ୀ, ସୁରେଶ କୁମାର ଗୌଡ଼, ଶୁଶାନ୍ତ କୁମାର ଗୌଡ଼, ମଙ୍ଗୁଳୁ ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂଜାରେ ସହଯୋଗ କରିଥିଲେ। ବିଭିନ୍ନ ସ୍ଥାନରେ ଯନ୍ତ୍ରପାତି ଓ କାର୍ଯ୍ୟ ଉପକରଣର ପୂଜା ସହ ପ୍ରସାଦ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.