ଜି.ଉଦୟଗିରି,୧୬/୦୯(ଅବନୀ କୁମାର ପ୍ରଧାନ)ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମା ଙ୍କ ପୂଜା ଅବସରରେ ସ୍ଥାନୀୟ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସୁନ୍ଦର ଆଲୋକ ତୋରଣ ରେ ସୁସଜ୍ଜିତ ପୂଜା ମେଢ଼ରେ ମହା ଆଡ଼ମ୍ବରରେ ପୂଜା ଅନୁଷ୍ଠିତ ହୋଇଯାଇଛି।ସହରର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପୂଜାରେ ସହକାରୀ ଯନ୍ତ୍ରୀ ନିହାର ରଂଜନ ସ୍ଵାଇଁ କର୍ତ୍ତା ଭାବେ ପୂଜାରେ ବସିଥିବା ବେଳେ ସହକାରୀ ଯନ୍ତ୍ରୀ ନରେଶ ପ୍ରଧାନ,ଦଣ୍ଡପାଣି ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ସମସ୍ତ କର୍ମଚାରୀଙ୍କ ସହ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ନାୟକ,ବଳରାମ ସାହୁ କର୍ତ୍ତା ଭାବେ ପୂଜା ରେ ବସିଥିଲେ। ସେହିପରି ଏନଏସି କାର୍ଯ୍ୟାଳୟ ପରିସରରେ ମଧ୍ଯ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ସସ୍ମିତା ବେହେରା, ଗଣେଶ ଜେନା, ସୌମ୍ୟରଞ୍ଜନ ପାତ୍ର, ପଙ୍କଜ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା ।ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ବିଶ୍ୱକର୍ମା ଶିଳ୍ପୀ ସଂଘ ପକ୍ଷରୁ ସମସ୍ତ ରୀତିନୀତି ଅନୁସାରେ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା କର୍ତ୍ତା ଭାବେ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ମହାରଣା, ସଭାପତି ବିଶ୍ଵନାଥ ମହାରଣା,ଉପସଭାପତି ବିଶ୍ଵମ୍ବର ମହାରଣା,କୋଷାଧ୍ୟକ୍ଷ ରାଧାମୋହନ ମହାରଣା ଓ ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା ଅନୁଷ୍ଠିତ ହୋଇଥିଲା |ସେହିପରି ମହାବୀର ଶ୍ରମିକ ସଂଘ ପକ୍ଷରୁ ମାଉସୀ ମା ମନ୍ଦିର ପାର୍ଶ୍ଵରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ମହା ଆଡ଼ମ୍ବରରେ ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା |