୩ ଜଣ ଉଦ୍ଧାର, ଜଣେ ନିଖୋଜ; ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
ଏରସମା, ୧୬/୦୯: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ଗୋପାଳପୁର ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ୪ ଜଣ ଯୁବକ ନଦୀରେ ଭାସିଯାଇଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ତତ୍ପରତାରେ ୩ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ଏରସମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ଅନ୍ୟ ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।