ସାଲେପୁର : ସାଲେପୁର ବ୍ଲକ ଅନ୍ତର୍ଗତ ଓଡାସିଂହ ସ୍ଥିତ ଯତୀନ୍ଦ୍ରନାଥ ଉଚ୍ଚବିଦ୍ୟାଳୟ ପରିସରରେ ୧୯୮୧ ମସିହା ବ୍ୟାଚ୍ର ପୁରାତନ ଛାତ୍ର ସଂସଦ ପକ୍ଷରୁ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। ଏହି ଅବସରରେ ୧୯୮୧ ମସିହା ବ୍ୟାଚ୍ର ପୁରାତନ ଛାତ୍ର ସଂସଦ ଆବାହକ ଶ୍ରୀ ଖିରୋଦ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ସେଠୀଙ୍କ ସମେତ ସଂସଦର ଅନ୍ୟାନ୍ୟ ସଦସ୍ୟ ଓ ପୁରାତନ ଛାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ସାହୁ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀବୃନ୍ଦ ଯୋଗଦେଇ ଦଶମ ଶ୍ରେଣୀର ୪୦ ଜଣ ବିଦ୍ୟାର୍ଥୀଙ୍କୁ ଟେଷ୍ଟ ପେପର ପ୍ରଦାନ କରିବା ସହ ଆଗାମୀ ବୋର୍ଡ ପରୀକ୍ଷାରେ ଭଲ ଫଳାଫଳ ସହ କୃତକାର୍ଯ୍ୟ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଉପାଦେୟ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.