ଜାତୀୟ ପାୱରଲିଫ୍‌ଟିଂରେ ଚମକିଲେ ସଞ୍ଜିତା ।

16

ବେଞ୍ଚପ୍ରେସ୍‌ରେ ବ୍ରୋଞ୍ଜ, ଡେଡ୍‌ଲିଫ୍‌ଟିଂ ରେ ରୌପ୍ୟ ।

ମାଲକାନଗିରି- (ସୁରେନ୍ଦ୍ର କୁମାର ବେମାଳ )ତା ୧୬/୦୯ ଜାତୀୟ ପାଓ୍ବାରଲିଫ୍‌ଟିଂ ପ୍ରତିଯୋଗିତାରେ ଚମକାଇଲେ ମାଲକାନଗିରି ଜିଲ୍ଲାର ସଞ୍ଜିତା ହାଲଦାର । ସେ ବେଞ୍ଚ ପ୍ରେସରେ ଓ ଡେଡ୍‌ଲିଫ୍‌ଟରେ ରୌପ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ପୀତମପୁରାରେ ଆୟୋଜିତ ହୋଇଥିଲା ସିନିୟର ନ୍ୟାସନାଲ ପାଓ୍ବାରଲିଟିଂ, ଡେଡ୍‌ଲିଫ୍‌ଟ ଓ ବେଞ୍ଚ ପ୍ରେସ୍ ପ୍ରତିଯୋଗିତା। ଏଥିରେ ଦେଶର ୧୭ଟି ରାଜ୍ୟରୁ ମୋଟ ୫୬୮ ପ୍ରତିଯୋଗୀ ଭାଗ ନେଇଥିଲେ । ସ୍ଥାନୀୟ ରୟାଲ ଫିଟନେସ୍ ଜିମ୍‌ର ଆଥଲେଟ୍ ସଞ୍ଜିତାଙ୍କ ସମେତ ଓଡ଼ିଶାରୁ ୨୦ ଜଣ ଆଥଲେଟ୍ ଭାଗ ନେଇଥିଲେ। ୮୪ କେଜିରୁ ଅଧିକ ବର୍ଗରେ ସଞ୍ଜିତା ଭାଗ ନେଇ ଦୁଇଟି ଇଭେଣ୍ଟରେ ସଫଳତା ହାସଲ କରିଥିଲେ। ବେଞ୍ଚ ପ୍ରେସରେ ୭୭.୫ କେଜି ଓଜନ ଉଠାଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଏବଂ ଡେଡ୍‌ଲିଫ୍‌ଟ ରେ ୧୩୫ କେଜି ଓଜନ ଉଠାଇ ଦ୍ବିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିଲେ। ଜାତୀୟସ୍ତରରେ ସଞ୍ଜିତାଙ୍କ ଏହି ସଫଳତା ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହି ସଫଳତା ପାଇଁ କୋଚ୍ ସିଦ୍ଧାର୍ଥ ଶଙ୍କର ବେହେରା, ଜିମ୍ ସଦସ୍ୟଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.