ଅପେରା ଶିକ୍ଷା ବେଳେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି ହତ୍ୟା ଓ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ୍।

23


ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅପେରା ନାଟକ ଶିଖୁଥିବା ବିଶ୍ଵାସ ରେ ଡ଼ାକି ଆଣି ଚିତ୍ରସେନ ଯେନା ନାମକ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଘଟଣା କୁ ନେଇ ପତ୍ନୀ ମାମି ଯେନା ଖଲିକୋଟ ଥାନା ରେ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗାଁ ଆଗାମୀ ଦିନରେ ହେବାକୁ ଥିବା ଯାତ୍ରା ରେ ନାଟକ ପରିବେଷଣ ପାଇଁ ଗାଁ କୋଠ ଘରେ ନାଟକ ଶିଖୁଥିବା ବେଳେ ଜଣେ ଯୁବକ ଆସି ଚିତ୍ରସେନ କୁ ଡାକି ବାହାରେ କଥା ହେଉଥିଲା ଓ ହଠାତ୍ ଜଣେ ଯୁବକ ଆସି ଚିତ୍ରସେନ କୁ ବିଭତ୍ସ ଭାବେ ଛୁରୀ ଭୁଷି ଘଟଣାସ୍ଥଳରୁ ଦୁଇ ଜଣ ଯୁବକ ଚମ୍ପଟ୍ ମାରିଥିଲେ। ଉପସ୍ଥିତ ଲୋକ ତାକୁ ଚିକିତ୍ସା ପାଇଁ ପ୍ରଥମେ ଖଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଭଳି ପରିସ୍ଥିତିରେ ଗାଁ ରେ ଚାପା ଉଜେନା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ପୁର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଭଳି ଘଟଣା ଘଟିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

Leave A Reply

Your email address will not be published.