ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଗଣେଶ ପୂଜାର ଦ୍ବିତୀୟ ଦିନରେ , ଉପଲଡ଼ା ନଦୀ ସାହି ସ୍ଥିତ ଶ୍ରୀ ଗଣେଶ ପୂଜା ମଣ୍ଡପ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂକୀର୍ତ୍ତନ ଆସର ଅନୁଷ୍ଠିତ ହୋଇଯାଇଛି।

ଗୁରୁ ତ୍ରୀନାଥ ପଣ୍ଡା ଙ୍କ ନେତୃତ୍ବରେ ସଂକୀର୍ତ୍ତନ ମଣ୍ଡଳୀ ରେ ଅରୁଣ କୁମାର ପାଠୀ , ପ୍ରଦୀପ ତିଆଡି , ସରୋଜ କାନ୍ତ ପଢିଆରୀ , କମଳାକାନ୍ତ ମହାନ୍ତି , ମଧୁସୂଦନ ତିଆଡ , ରଘୁନାଥ ବେହେରା , ତ୍ରୀନାଥ ବେହେରା , ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , କୃଷ୍ଣ ବେହେରା , ବାରିକ ବେହେରା , ଚକ୍ରପାଣି ପାତ୍ର , ଶିବ ପାତ୍ର , ଏଲ୍ ଗାଣେଶ ପ୍ରମୁଖ ଅଂଶଗ୍ରହଣ କରି ଏକ ଭବ୍ୟ ସଂକୀର୍ତ୍ତନ ପରିବେଷଣ କରିଥିଲେ।ଉକ୍ତ ସଂକୀର୍ତ୍ତନ ରେ ପାରଳାଖେମୁଣ୍ଡି, କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ପଦାବଳୀର ବହୁ ଭଜନ ଓ ଜଣାଣ ଗାନ କରାଯାଇଥିଲା। ପୂଜା ଓ ସଂକୀର୍ତ୍ତନ ର ସମସ୍ତ କାର୍ଯ୍ୟକ୍ରମ କୁ ନରସିଂହ ତିଆଡି ପରିଚାଳନା କରିଥିଲେ।