ଇସ୍ତଫା ଦେଇ ବିଜେପି ଟୋପି ପିନ୍ଧିବା ପରେ ବିଜେଡିରୁ ବହିସ୍କୃତ 

0

ଭୁବନେଶ୍ୱର : ଇସ୍ତଫା ଦେଇ ବିଜେପି ଟୋପି ପିନ୍ଧିବା ପରେ ବିଜେଡିରୁ ବହିସ୍କୃତ ହୋଇଛନ୍ତି କିଛି ପୂର୍ବତନ ତଥା ବିଦ୍ରୋହୀ ନେତା |  ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବାଲେଶ୍ୱର ଜିଲ୍ଲାର ଶ୍ରୀ ରଘୁନାଥ ମହାନ୍ତି, ଅନୁଗୁଳ ଜିଲ୍ଲାର ଶ୍ରୀ ରବି ପାଣି, ଭଦ୍ରକ ଜିଲ୍ଲାର ଶ୍ରୀ ଅର୍ଜୁନ ଚରଣ ସେଠୀ, ଶ୍ରୀ ଅଭିମନୁ୍ୟ ସେଠୀ, ନୟାଗଡ଼ ଜିଲ୍ଲାର ଶ୍ରୀମତୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ, ଗଜପତି ଜିଲ୍ଲାର ଶ୍ରୀ କେ. ନାରାୟଣ ରାଓ, ନୟାଗଡ଼ ଜିଲ୍ଲାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ଗଜପତି ଜିଲ୍ଲାର ସୁଶ୍ରୀ ବାସନ୍ତୀ ମଲ୍ଲିକ, ଗଞ୍ଜାମ ଜିଲ୍ଲାର ଶ୍ରୀ ନିରଞ୍ଜନ ପ୍ରଧାନ, ନୟାଗଡ଼ ଜିଲ୍ଲାର ଶ୍ରୀ କାଶୀନାଥ ମଲ୍ଲିକ, ଗଞ୍ଜାମ ଜିଲ୍ଲାର ଶ୍ରୀ ଦେବରାଜ ମହାନ୍ତି, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଶ୍ରୀ ବାବୁ ସିଂହ, ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ଲକ୍ଷ୍ମଣ ଟୁଡୁ, ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁରୀ ଜିଲ୍ଲାର ଶ୍ରୀ ଜୟନ୍ତ ଷଡ଼ଙ୍ଗୀ ଓ ସୁନ୍ଦରଗଡ଼ ଜିଲ୍ଲାର ଶ୍ରୀମତୀ କୁସୁମ ଟେଟେଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.