ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ସେବାରେ ୨୫ ବର୍ଷର ସଫଳ ଓ ଗୌରବମୟ ଯାତ୍ରାକୁ ସ୍ମରଣ କରି ଆସନ୍ତା ୧୭ ତାରିଖରୁ ମୋଦୀଙ୍କ ଜନ୍ମ ତିଥି ଅବସରରେ ଆରମ୍ଭ ହୋଇ ଏକମାସ ଚାଲିବ ‘ସେବା ସଂକଳ୍ପ ଅଭିଯାନ’ । ଏଥିପାଇଁ ସରକାରୀ କଳ ଠାରୁ ଆରମ୍ଭ କରି ସରକାରୀ ଦଳ ଯାଏଁ ସବୁ ସ୍ତରରେ ଚାଲିଛି ପ୍ରସ୍ତୁତି। ଗୁଣପୁର ନିର୍ବାଚନମଣ୍ଡଳୀ ର କର୍ମି ମାନଙ୍କୁ ନେଇ ଆଜି ସ୍ଥାନୀୟ ଟାଉନ ହଲ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କିଭଳି ଦ୍ବୀପ ଦାନ ଅଭିଯାନ ହବ, ରଙ୍ଗୋଲି ହବ, ଗାଁ ଗାଁ ରେ ନାଟକ ହବ, ଅଙ୍ଗନୱାଡି କେନ୍ଦ୍ର ମାନଙ୍କର କି ପ୍ରକାର କାର୍ଯ୍ୟକ୍ରମ ହବ, ପରିବର୍ତ୍ତନ କଣ ଆସିଛି ସେନେଇ କିଭଳି ସଚେତନ କରାଯିବ ସେ ସମ୍ପର୍କରେ ବିଶୃତ ଭାବେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଯୋଗଦେଇ କିଭଳି ଏହା ସଫଳ ହେବ ସେନେଇ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କର୍ମି ମାନଙ୍କୁ ବିଶୃତ ଭାବେ କହି ସଚେତନ କରାଇଥିଲେ। ଯୁବନେତା ଜଗଦିଶ ପଣ୍ଡାଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କର୍ମଶାଳାରେ ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୁଡାରି ବ୍ଲକ ଅଧ୍ଯକ୍ଷ ବିଶ୍ବନାଥ ଶବର, ଆଦିବାସୀ ମୋର୍ଚ୍ଚା ର ଜିଲ୍ଲା ସଭାପତି ଚିନ୍ନା କଣ୍ଡାଗିରି, ଜିଲ୍ଲା ସାଧାରଣ ସମ୍ପାଦକ ବନମାଳୀ ଗମାଙ୍ଗ, ଜିଲ୍ଲା ଉପ ସଭାପତି ଗୌରୀ ମାଣ୍ଡାଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ଯା ଅଶ୍ବନୀ କାଞ୍ଚନ ମଞ୍ଚାସିନ ଥିଲେ। ସେବା ସଂକଳ୍ପ ର ମାସିକିଆ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କାର୍ଯ୍ଯକର୍ତ୍ତାଙ୍କୁ ଏହି ବୈଠକରେ ଦାୟିତ୍ବ ବଣ୍ଟନ କରାଯାଇ ଥିଲା। ଏହି ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ଲିଡ ପାଢି, ରଂଜିତ ପାଢି, ଉଦୟ ପାଢି, ଟିଙ୍କୁ ପଣ୍ଡା, ଭାଷା ଶତପଥି ଙ୍କ ସମେତ ଗୁଣପୁର ନଗର ମଣ୍ଡଳ ସଭାପତି ଜୟଦେବ ପଣ୍ଡା, ଗୁଣପୁର୍ ନଗର୍ ସଭାପତି ଶ୍ରଦ୍ଧା ପଣ୍ଡା, ଡମ୍ବସରା ମଣ୍ଡଳ ସଭାପତି କିଶୋର ଶବର, ଜଗନ୍ନାଥପୁର ମଣ୍ଡଳ ସଭାପତି ଶୁକ୍ଲା ମାଣ୍ଡାଙ୍ଗୀ, ରାମନାଗୁଡା ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା, କୁଜେନ୍ଦ୍ରି ମଣ୍ଡଳ ସଭାପତି ସମୁଲୁ ଗାଣ୍ଟା, ଗୁଡାରି ଗ୍ରାମିଣ ମଣ୍ଡଳ ଅନନ୍ତ ଦେଓ, ନଗର ମଣ୍ଡଳ ଜଗଦିଶ ନାୟକ, ଆଖୁସିଙ୍ଗି ମଣ୍ଡଳ ସଭାପତି ଗଜପତି ଶବର ପ୍ରମୁଖ ଉପସ୍ଥିତ ଥିଲେ।