ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୩/୯/୨୬ ଗୁଣପୁର -ସ୍ଥାନୀୟ ଅଞ୍ଚଳରେ ଭାଗବତ ପ୍ରଚାର ପାଇଁ ଆଜି ଏକ ଭାଗବତ ପ୍ରଚାର ସମିତି ଗଠନ ହୋଇଛି। ମହେନ୍ଦ୍ରଗିରି ଆଶ୍ରମ ର ଭାସ୍କର ତୀର୍ଥ ମହାରାଜ୍ (ଲକ୍ଷ୍ମୀ ବାବା ) ଙ୍କ ଉଦ୍ୟମ କ୍ରମେ ଏହା ଗଠନ ହୋଇଛି। ଆସନ୍ତା ୨୭ ତାରିଖରୁ ସପ୍ତାହେ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ତିରୁପତି ମନ୍ଦିର ରେ ଭାଗବତ ଜ୍ଞାନଜଜ୍ଞ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନୂତନ ଗଠିତ ସମିତି ରେ ସଭାପତି ଭାବେ ମୀନକେତନ ପଣ୍ଡା ଙ୍କୁ ଚୟନ କରାଯାଇଛି। ସାଧାରଣ ସମ୍ପାଦକ ଭାବେ ରାମ ପଣ୍ଡା, ଉପ ସଭାପତି ଭାବେ ଗୋପାଳ କୃଷ୍ଣ ଦେବପାତ୍ର, ସହ ସମ୍ପାଦକ ଭାବେ ନୁନୁ ପାଢି, କୋଷାଧ୍ୟକ୍ଷ ଗୋପୀ ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ଅବସରରେ ଲକ୍ଷ୍ମୀ ବାବା ବର୍ଷ ତମାମ ଭାଗବତ ପ୍ରଚାର କିଭଳି ହବ ସେ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ଆଜି ବରିଷ୍ଠ ଆଇନଜୀବୀ ଏସ ଗଣପତି, ତିରୁପତି ରଥ, ସିମାଞ୍ଚଳ କର, ପୁଷ୍ପରାଗ ପୃଷ୍ଟି, ଅକ୍ଷୟ ଦାଶ, ଉମା ଦାଶ, ରାଜେଶ ପାଢି, ସୋମନାଥ ମହାନ୍ତି, ତିରୁପତି ପଣ୍ଡା, ଡଃ ଭବାନି ପ୍ରଶାଦ ପାଢି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ରେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର ଅତିଥି ଭାବେ ଉପସ୍ଥିତ ଥିଲେ।