ସାମ୍ବାଦିକଙ୍କ ବିୟୋଗରେ ପ୍ରେସକ୍ଲବ ର ଶୋକ

9


ବେଲଗୁଣ୍ଠା , ୧୨/୯,:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଉପସଭାପତି ତଥା ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ଇଂ ଦେବୀ ପ୍ରସାଦ ଦାଶ(କୋକ) (୪୨)ଙ୍କ ଅକାଳ ବିୟୋଗରେଆଜି ବେଲଗୁଣ୍ଠା ପ୍ରେସକ୍ଲବ ରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି l ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍ବର୍ଗତ ଦେବୀ ପ୍ରସାଦ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ୱର୍ଗତ ଦାଶ ଜଣେ ନିଷ୍ଠାବାନ,ପରୋପକାରୀ ଏବଂ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ, ତାଙ୍କର ଅକାଳ ବିୟୋଗରେ ସଙ୍ଘର ଅପୂରଣୀୟ କ୍ଷତି ଘଟିଲା ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିବା ସହ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଦାବୀ କରିଥିଲେ l ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଷୋୟୀ, ମାଧବ ଆପଟ, ସୁଯ୍ୟନାରାୟଣ ତ୍ରିପାଠୀ, ସୁଶାନ୍ତ ବେହେରା, ନାରାୟଣ ପଣ୍ଡା, ଶିବରାମ ଚୌଧୁରୀ, କୃଷ୍ଣ ଚନ୍ଦ୍ର ପଟନାୟକ, ପଞ୍ଚାନନ ସାହୁ, ସୁଧାଂଶୁ ବିଷୋୟୀ, ପ୍ରଦୀପ ଚୌଧୁରୀ, ତୋଫାନ ସାହୁ, ଚନ୍ଦନ ସାହୁ, ବିଭୂପାଦ ଜେନା, ମନୋଜ ପାତ୍ର, ସୁରେଶ ସୁବୁଦ୍ଧି, ପଞ୍ଚାନନ ନାୟକ, ସଦାଶିବ ପାଣିଗ୍ରାହୀଙ୍କ ସମେତ ବହୁ ସାମ୍ବାଦିକ ଉପସ୍ୱିତ ରହି ସ୍ବର୍ଗତ ଦାଶ ଙ୍କ ଗୁଣଗାନ କରିଥିଲେ l

Leave A Reply

Your email address will not be published.