ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଚାରି ଦ୍ଵାରବନ୍ଧ ପବିତ୍ର ଯାତ୍ରା କୁ ଉପଲଡ଼ା ଠାରେ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରୁ ତ୍ରୀନାଥ ପଣ୍ଡାଙ୍କ ସହିତ ସଙ୍କୀର୍ତ୍ତନ , ଶଙ୍ଖ ଓ ହୁଳହୁଳି ସହିତ ଲିଙ୍ଗିପୁରୁ – ଉପଲଡ଼ା ରାସ୍ତାରେ ଥିବା ଆଡିବି ଚଇନି ଛକ ଠାରେ ବହୁ ସଂଖ୍ୟାରେ ଗ୍ରାମର ମାଆ , ଭଉଣୀ ଓ ଜନ ସାଧାରଣଙ୍କ ଉପସ୍ଥିତିରେ ଭବ୍ୟ ବନ୍ଦାପନା ଓ ସ୍ୱାଗତ କରାଯାଇଥିଲା।
ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏହି ଭବ୍ୟ ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ଥିଲେ। ସେବା ନିବୃତ୍ତ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ପଢିଆରୀ , ସମିତି ସଭ୍ୟ ବି.ଧାନୁଞ୍ଜଲୁ , ବି ଜୀବନା ରାଓ , ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି , ଅରୁଣ କୁମାର ପାଠୀ , ସରୋଜ କାନ୍ତ ପଢିଆରୀ , କମଳାକାନ୍ତ ମହାନ୍ତି , ଢିଲେଶ୍ଵର ମହାନ୍ତି , ପ୍ରଦୀପ ତିଆଡି , ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ରଘୁନାଥ ବେହେରା , ତ୍ରୀନାଥ ବେହେରା , କୃଷ୍ଣ ବେହେରା , ଏଲ୍ ଗାଣେଶ , ଅଚ୍ୟୁତା ରାଓ , ଶିବ ପାତ୍ର ପ୍ରମୁଖ ଏହି ଭବ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.