ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ଏକ ଘର ଭାଙ୍ଗି ଚୋରି ମାମଲାର ସଫଳ ତଦନ୍ତ କରି ପଦକ୍ଷେପ ସ୍ୱରୂପ ଏ ସଂକ୍ରାନ୍ତରେ ଚିନ୍ତାଲା କଲ୍ୟାଣ (୨୫), ପିତା- ଚିନ୍ତାଲା ହେମନ୍ତ କୁମାର , ସଞ୍ଜୟ ଗାନ୍ଧୀ କଲୋନୀ , ପାରଳାଖେମୁଣ୍ଡିଙ୍କୁ ଗିରଫ କରିଛି।
ଏ ସମ୍ପର୍କରେ ପାରଳାଖେମୁଣ୍ଡି ମଡେଲ ଥାନା କେସ୍ ନଂ. ୩୭୩, ତା.୧୦.୦୯.୨୦୨୬, ଦଫା ୩୩୧(୪)/୩୦୫(ଏ) ବି.ଏନ.ଏସ ରେ ମାମଲା ରୁଜୁ ହୋଇଛି।
ଅଭିଯୋଗକାରୀ ଭି. ଦାମରନାଥ @ ଭି. ଧର୍ମାନନ୍ଦ (୧୯) , କାବିଟି ସାହି , ପାରଳାଖେମୁଣ୍ଡିଙ୍କ ଲିଖିତ ଅଭିଯୋଗ ଅନୁସାରେ, ୦୭/୦୮.୦୯.୨୦୨୬ ରାତି ପ୍ରାୟ ୨ଟା ସମୟରେ ସେ ଘରେ ଶୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ପଛପଟ ଦ୍ୱାରର ହୁକ୍ ଭାଙ୍ଗି ଘର ଭିତରକୁ ପଶିଥିଲେ। ଅଭିଯୋଗକାରୀ ଉଠି ତାଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ଠେଲି ଦେଇ ଶୋଇବା ସ୍ଥାନ ନିକଟରେ ଥିବା ମୋବାଇଲ ଫୋନ୍ ନେଇ ପଳାଇ ଯାଇଥିଲେ ।
ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ, ସେହି ରାତିରେ ଅଭିଯୁକ୍ତ ଖଞ୍ଜା ସାହିର ସୁକାନ୍ତ ବରାଡ଼ଙ୍କ ଘରର ଗ୍ରିଲ୍ ଗେଟ୍‌ରେ ଲାଗିଥିବା ଲୁହା ଜାଲି କାଟି ଘର ଭିତରକୁ ପଶି ଆଉ ଗୋଟିଏ ମୋବାଇଲ ଫୋନ୍ ଚୋରି କରିଥିଲେ। ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ଉଭୟ ମୋବାଇଲ ଫୋନ୍ ଉଦ୍ଧାର କରି ଜବତ କରାଯାଇଛି ।
ତଦନ୍ତ ସମୟରେ ଅଭିଯୁକ୍ତ ୩୧.୦୮.୨୦୨୬ ରାତିରେ ବଡ଼ ବ୍ରାହ୍ମଣ ସାହି, ପାରଳାଖେମୁଣ୍ଡିର ହୋମଗାର୍ଡ ସୁଜିତ କୁମାର ମହାପାତ୍ରଙ୍କ ଏକ ସବୁଜ ରଙ୍ଗର ହିରୋ-ଏଚଏଫ୍ ଡିଲକ୍ସ ମୋଟର ସାଇକେଲ ଚୋରି କରିଥିବା ମଧ୍ୟ ଜଣାପଡ଼ିଛି। ଉକ୍ତ ଚୋରି ମୋଟର ସାଇକେଲକୁ ମଧ୍ୟ ପୋଲିସ ଉଦ୍ଧାର କରି ଜବତ କରିଛି।
ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏହିପରି ଚୋରି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୧୯୪, ତା.୭/୮/୨୦୨୫, ଦଫା ୩୦୯(୬) ବିଏନଏସ , ଜି.ଆର କେସ ନଂ ୪୦୨/୨୦୨୫ ଏବଂ କେସ୍ ନଂ. ୧୨୮, ତା.୦୧.୦୫.୨୦୨୬ , ଦଫା ୩୦୩(୨)ବିଏନଏସ , ଜି.ଆର କେସ ନଂ ୨୬୩/୨୦୨୬ ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।
ଏହି ମାମଲାର ସଫଳ ତଦନ୍ତ ଓ ଚୋରି ସାମଗ୍ରୀ ଉଦ୍ଧାରରେ ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ଟିମ୍‌ର ଏସ.ଆଇ. ପ୍ରଫୁଲ୍ଲ ଜଗରଙ୍ଗା , ଏ.ଏସ.ଆଇ ଶକ୍ତି ପାଢ଼ୀ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ପ୍ରମୁଖ ଭୂମିକା ନେଇଥିଲେ। ଏସ.ଆଇ ରାମକୃଷ୍ଣ ଦାସ ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାଯାଇଛି।

Leave A Reply

Your email address will not be published.