ନବ ଭାରତ ସାକ୍ଷରତା ଅଭିଯାନ ବ୍ଳକ୍ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ

10
  • ଓଡ଼ଗାଁ ବ୍ଳକର ୫ ହଜାର ପରୀକ୍ଷାର୍ଥୀ ଡିଜିଟାଲ ସାକ୍ଷର ହେବେ
  • ସେପ୍ଟେମ୍ବର ୨୦ ସାରା ରାଜ୍ୟରେ ହେବ ଉଲ୍ଲାସ ପରୀକ୍ଷା


ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜବାହାରଲାଲ ଉଚ୍ଚ ବିଦ୍ୟାଳୟ, ନନ୍ଦିଘୋର ଠାରେ ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ବ୍ଳକ୍ ସ୍ତରୀୟ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସାରା ରାଜ୍ୟରେ ଉଲ୍ଲାସ ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ବେଳେ ଓଡ଼ଗାଁ ବ୍ଳକର ୫ ହଜାର ପରୀକ୍ଷାର୍ଥୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ଏହି ପରୀକ୍ଷାର୍ଥୀମାନଙ୍କ ନାମ ଗୁଡ଼ିକ ଅନ ଲାଇନ ମାଧ୍ୟମରେ ପଞ୍ଜିକୃତ କରିବା ସହିତ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ଅଂଶଗ୍ରହଣ ଗ୍ରହଣ କରିଥିବା ୧୭୮ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷକ ଭାବରେ ନରେଶ ପାଣିଗ୍ରାହୀ,ଯଶୋବନ୍ତ ପଟ୍ଟନାୟକ, ବିଭୁତି ଭୂଷଣ ଘଡେଇ, ଲଳିତ ମୋହନ ମିଶ୍ର, ହଟନାଥ ପ୍ରଧାନ ଓ ବିଜୟ କୁମାର ପୃଷ୍ଟି ତାଲିମ୍ ପ୍ରଦାନ କରିଥିଲେ।ଆଦୌ ପାଠ ପଢ଼ିଥିବା,ଅଳ୍ପ ପାଠ ପଢ଼ିଥିବା, କିମ୍ବା ମୋବାଇଲ୍ ଚାଳନା କରିପାରୁନଥିବା ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଯୁବକ ଯୁବତୀ ଏବଂ ଅନ୍ୟ ବୟସ୍କ ମାନେ ସାକ୍ଷରତା ଏବଂ ଡିଜିଟାଲ ସାକ୍ଷାରତା ନିମନ୍ତେ ପରୀକ୍ଷା ଦେବେ।ବିଆରସିସି ରାଜ କିଶୋର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ବ୍ଳକ୍ ସ୍ତରୀୟ ତାଲିମ କାର୍ଯ୍ୟକ୍ରମକୁ ଉଲ୍ଲାସ ନୋଡାଲ ଅଫିସର ସତ୍ୟ ନାରାୟଣ ଆଚାର୍ଯ୍ୟ ସଂଯୋଜନା କରିଥିଲେ।

Leave A Reply

Your email address will not be published.