13

ଭଞ୍ଜନଗରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ: ୫୮ ଟି ମାମଲାର ସଫଳ ସମାଧାନ, ୧.୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ

ସିଭିଲ୍ କୋର୍ଟରୁ ₹୧.୮୦ କୋଟିର ଦୁର୍ଘଟଣା କ୍ଷତିପୂରଣ, ୩୨୮ ମାମଲାରୁ ୫୮ ଟିର ସଫଳ ଫଇସଲା

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। , ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା ସମିତି ଶେଖ ମହମ୍ମଦ କଏସ ଙ୍କ ନେତୃତ୍ୱରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା।

ଏହି ଲୋକ ଅଦାଲତରେ ମୋଟ ୩୨୮ ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୫୮ଟି ମାମଲାର ସମାଧାନ ହୋଇଥିଲା। ସମାଧାନ ହୋଇଥିବା ମାମଲାଗୁଡ଼ିକ ମାଧ୍ୟମରେ ମୋଟ ରୁ. ୧,୯୮,୨୪,୯୫୦/- ଟଙ୍କା ଆଦାୟ ହୋଇଥିଲା। ସମାଧାନ ହୋଇଥିବା ମାମଲାମାନଙ୍କ ମଧ୍ୟରେ ମୋଟର ଦୁର୍ଘଟଣା ଦାବି (MACT) ମାମଲାରୁ ରୁ. ୧,୮୦,୫୫,୦୦୦/- ଟଙ୍କା ଆଦାୟ ହୋଇଥିଲା। ଏହା ସହିତ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍ ଚାଲାଣ ମାମଲାରୁ ରୁ. ୪୪,୯୫୦/- ଟଙ୍କା ଆଦାୟ ହୋଇଥିଲା, ନଗେସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ (Negotiable Instruments Act), ୧୮୮୧ ର ଧାରା ୧୩୮ରୁ ୧,୨୫,୦୦୦ ଟଙ୍କା ସେଟେଲମେଣ୍ଟ ହୋଇଛି ଏବଂ ଅନ୍ୟାନ୍ୟ ସିଭିଲ କେସ୍ ରୁ ୧୬,୦୦,୦୦୦/- ଟଙ୍କା ସମାଧାନ ହୋଇଛି। ନଗେସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ (Negotiable Instruments Act), ୧୮୮୧ ର ଧାରା ୧୩୮କେସ ୧ ଟି, ମୋଟର ଦୁର୍ଘଟଣା ଜନିତ କେସ୍ ୧୭ ଟି, ଟ୍ରାଫିକ ଚାଲଣ କେସ ୧୯ ଟି, ବୈବାହିକ ବିବାଦ କେସ ୧, ସିଭିଲ କେସ ୫ଟି, ଅନ୍ୟାନ୍ୟ କ୍ରିମିନାଲ କେସ୍ ୧୫ ଟି ସମାଧାନ କରାଯାଇଥିଲା। ଲୋକ ଅଦାଲତରେ ସିନିୟର ସିଭିଲ ଜଜ ଦେବାଶିଷ ବିଶୋୟୀ, ଏସ୍ ଡି ଜେ ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେ ଏମ୍ ଏଫ୍ ସି ଭିୟନା ନାୟକ ବିଚାରପତିମାନେ, ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା, ଆଇନ୍ ସେବା ସଦସ୍ୟl ଅଳକା ମଞ୍ଜରି ପଟ୍ଟନାୟକ, ଭଞ୍ଜନଗର ବାର ଆସୋସିଏସନ ସଭାପତି ସନ୍ତୋଷ କୁମାର ନାୟକ ଏବଂ ମାମଲାର ପକ୍ଷକାରମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଆଇନୀଜୀବୀ ସମୀର କୁମାର ନାୟକ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ରାଜନୀ ପଟ୍ଟନାୟକ ଓ ପ୍ରଦୀପ ଶେଖର ପାଳ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ମୋନାଲିମା ଗଉଡ, ସୁରେଶ୍ଵରି ପ୍ରଧାନ, ତାଲୁକ ଆଇନ ସେବା ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗକୁ ସ୍ୱାଗତ ଜଣାଯାଇଛି। ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ଅଳ୍ପ ଖର୍ଚ୍ଚରେ ସମାଧାନ ହେବା ସହିତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବାରୁ ସାଧାରଣ ଲୋକମାନେ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.