ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ ରେ| ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ କହିଥିଲେ | ଅନୁଷ୍ଠାନର ସଭ୍ୟ ଓ ଉପଦେଷ୍ଠା ଧର୍ମେନ୍ଦ୍ର ନନ୍ଦ ଏହି ପ୍ରତିଯୋଗିତାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ | “ନାଦ ଅନ୍ୱେଷଣ” (ପଶ୍ଚିମ ଓଡ଼ିଶାର ସ୍ୱରକୁ) ଆୟୋଜନ କରୁଛନ୍ତି ନାଦ ନିକୁଞ୍ଜ, ବଲାଙ୍ଗୀର ଓ ସହଯୋଗ କରୁଛନ୍ତି ବଲାଙ୍ଗୀରର ଦମୟନ୍ତୀ ଜ୍ବେଲର୍ସ | “ନାଦ ଅନ୍ୱେଷଣ” ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଏଥିରେ ୧୫ ରୁ ୩୫ ବର୍ଷ ବୟସର ପିଲାମାନେ ଅଂଶଗ୍ରହଣ କରିପାରିବେ ଓ ଏହି ପ୍ରତିଯୋଗିତାର ଆବେଦନ କରିବାର ଶେଷଦିନ ସେପ୍ଟମ୍ବର ୧୮ ତାରିଖ | ଏହି ପ୍ରତିଯୋଗିତା ଚାରିଟି ପର୍ଯ୍ୟାୟରେ ହେବ ଏବଂ ବିଜେତାଙ୍କୁ ୩୧,୦୦୦ ଟଙ୍କା ସହିତ ଟ୍ରଫି ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯିବ | ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ | ଏହି ପ୍ରତିଯୋଗିତା ସ୍ଥାନୀୟ ଆଦର୍ଶ ପଡ଼ାର ପ୍ରସନ୍ନ ବିହାର ସ୍ଥିତ ନାଦ ନିକୁଞ୍ଜଠାରେ ଅନୁଷ୍ଠିତ ହେବ | ଏଣୁ ଇଚ୍ଛୁକ ପ୍ରତିଯୋଗୀମାନେ ନାଦ ନିକୁଞ୍ଜର ସଭ୍ୟ ଜୟପ୍ରକାଶ ପୂଝାରୀ ଓ ପ୍ରଭଞ୍ଜନ ରାୟଗୁରୁଙ୍କୁ ଯଥାକ୍ରମେ 94376 38901 ଓ 94373 68021 ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ | ସମସ୍ତ ସଙ୍ଗୀତ ସାଧକଙ୍କ ସ୍ୱରକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏହି ପ୍ରତିଯୋଗିତାର ମୁଖ୍ୟ ଲକ୍ଷ |ଏହି ସାମ୍ବାଦିକ ସମ୍ମିଳନୀର ଶେଷରେ ଅନୁଷ୍ଠାନର ସମ୍ପାଦକ ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସାମ୍ବାଦିକ ସମ୍ମିଳନୀରେ ଡି. ଶଙ୍କର ନାରାୟଣ ମୂର୍ତ୍ତି, ଦମୟନ୍ତୀ ଜ୍ବେଲର୍ସର ମାଲିକ ରିଙ୍କୁ ପାତ୍ର, ଅନୁଷ୍ଠାନର ସଭ୍ୟ ଶ୍ରୀକାନ୍ତ ଦାସ, ରୋନକ ମହାନ୍ତି, ସତ୍ୟ ଓ କୃଷ୍ଣ ସହଯୋଗ କରିଥିଲେ |