ସାଇଟ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁଶଙ୍ଗ ଓ ଜରାସିଂହା ବିଜୟୀ 

0

 

ବଲାଙ୍ଗିରରୁ ନିରୋଜ ମିଶ୍ର :ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତିୟ ଦିବସରେ ଅନୁଷ୍ଠିତ  (୧୯ବର୍ଷରୁ ତଳ) ପ୍ରଥମ ଖେଳ କୁଶଙ୍ଗ ୱାଇଏଫଏ ଦଳର ରାଜକିଶୋର ଧରୁଆଙ୍କ ଗୋଲ ବଳରେ କୁରୁଲ ଆରଏଫଏକୁ ହରାଇ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ଖେଳରେ ଜରାସିଂହା ବିଏନଏଏ ଦଳର ଟିକେରାମ ପାତ୍ରଙ୍କ ୨ଟି ଗୋଳ ବଳରେ କନ୍ଧପାଲି ଏମ୍ଏସକୁ ହରାଇ ବିଜୟୀ ହୋଇଥିଲା ।  ଫାଓ ତଥା ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ତଥା ଏହି ଟୁର୍ଣ୍ଣାମେଣ୍ଟର ମାର୍ଗଦର୍ଶକ ଡ. ଶ୍ରୀକର ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଖେଳରେ ଅତିଥିଭାବରେ କ୍ରିଡାସଂଗଠକ ଅମନ ନାଗ, କି୍ରଡାବିତ ପ୍ରଦିପ କୁମାର ମହାରଣା, ପୁର୍ବତନ ଖେଳାଳି ସୁନ୍ଦର ମଣି ଦଣ୍ଡସେନା, କି୍ରଡାସଂଗଠକ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ । ଉଭୟ ଖେଳକୁ ଶରତ କୁମାର ନନ୍ଦ, ନିସାରକାନ୍ତ ନାଗ, ସୁଧାଂଶୁ ସେଠ ଓ ଦେବରାଜ ନାହାକ ପରି·ଳନା କରିଥିଲେ । ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, ରାମଜୀ ଯୁବକ ସଂଘ ସଭାପତି ଡ. ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ୧୬ ତାରିଖରେ ପ୍ରଥମଖେଳ ବରକାନି ଜିପିଏଫଏ ବନାମ ସହିଦ ଜିମ୍ନାସିୟମ ଟିଟିଲାଗଡ ଓ ଦ୍ୱିତୀୟ ଖେଳ ଆରକେଷ୍ଟିଲ ବନାମ ଲୋଇସିଂହା ଏପିଜେ ମଧ୍ୟରେ ହେବବୋଲି ସାଙ୍ଗଠନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର ଜଣାଇଛନ୍ତି ।

Leave A Reply

Your email address will not be published.