ବାରିପଦା ଲାୟନ୍ସ କ୍ଳବ ତରଫରୁ ଅସହାୟମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ

0

ବାରିପଦାରୁ ଦିଲ୍ଲୀପ ମହାନ୍ତି  – ମୟୂରଭଞ୍ଜର ମକରପର୍ବ ଉପଲକ୍ଷେ ବାରିପଦା ଲାୟନ୍ସ କ୍ଲବ ତରଫରୁ ସୁଧାର ଗୃହ, ବୃଦ୍ଧାଶ୍ରମ ଏବଂ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଲାୟନ୍ସ ଶତବାର୍ଷିକି ଉପଲକ୍ଷେ ଲାୟନ୍ସ କ୍ଲବମାନଙ୍କ ତରଫରୁ ସାରା ଦେଶରେ ପାଳନ କରାଯାଉଛି । ବାରିପଦା ଲାୟନ୍ସ କ୍ଲବ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଯତୀନ୍ଦ୍ର ମୋହନ ମିଶ୍ର, ଅନୀଲ କୁମାର ସାହା, ସନ୍ତୋଷ ଖଣ୍ଡେଲୱାଲ, ଜଗଦିଶ ଖଣ୍ଡେଲୱାଲ, ସତ୍ୟବ୍ରତ ଭୂୟାଁ, ଜୟଦେବ ବାନାର୍ଜୀ, କିଶନଲାଲ ଅଗରୱାଲ, ପ୍ରଦୀପ ନାୟକ ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସଞ୍ଜୀବ ମଣ୍ଡଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସନ୍ଧ୍ୟାରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସଞ୍ଜୀବ ମଣ୍ଡଳଙ୍କ ସଭାପତିତ୍ୱରେ ବାରିପଦା ଲାୟନ୍ସ କ୍ଲବ ଡେଣ୍ଟାଲ କ୍ଲିନିକଠାରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ବରିଷ୍ଠ  ଲାୟନ ସଦସ୍ୟ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ଜନହିତକର କାର୍ଯ୍ୟ ବାରିପଦା ଲାୟନ୍ସ କ୍ଲବ ହାତକୁ ନେବ ବୋଲି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା ।

Leave A Reply

Your email address will not be published.