ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଆସ୍କା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମର ଅହଲ୍ୟା ଗୌଡ଼ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ ଫୁଲ ଗଛରୁ ଫୁଲ ତୋଳିବା ଦୃତ ଗତିରେ ଆସୁଥିବା ଏକ ଟ୍ରକ ପ୍ରଥମେ ଗୋଟିଏ କାର୍ କୁ ବାଡ଼େଇ ପରେ ଭାରସାମ୍ୟ ହରାଇ ଉକ୍ତ ମହିଳାଙ୍କ ଉପରେ ଚଢ଼ିଯାଇ ଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି କୁ ଜବତ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।