ବିଦ୍ୟୁତ୍ ଆଘାତରେ ନାବାଳକ ର ଲିଭିଗଲା ଜୀବନ ଦୀପ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅତି ଖୁସିରେ ଗଣେଶ ପୂଜା ମଣ୍ଡପ ତୋରଣ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପି ସୁଧାଂଶୁ ପାତ୍ର ନାମକ ଜଣେ ନାବାଳକ ତଳକୁ ଖସି ପଡ଼ିଥିଲା। ଉପସ୍ଥିତ କିଛି ଲୋକ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।