ଓଡ଼ଗାଁ ଏନ୍ଏସିରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ

8


୩୧ ଶହ ଟଙ୍କା ଜରିମାନା ଆଦାୟ, ୧୨ କେଜି ପଲିଥିନ ଜବତ


ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପକ୍ଷରୁ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ଉଦ୍ଦେଶ୍ୟରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ଗ୍ଲାସ, ଚାମଚ, ପଲିଥିନ, ଥର୍ମୋପ୍ଲେଟ୍‌ ଆଦିର ବ୍ୟବହାର ଓ ବିକ୍ରି ଯାଞ୍ଚ କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବା କଲେଜ ରୋଡ଼ର ନୟାଗଡ଼ ପଲ୍ଲୀ ଟେକ୍ନିକ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମୋଟ ୩୧ ଶହ ଟଙ୍କା ଜରିମାନା ଆଦାୟ କରାଯିବା ସହ ୧୨ କେଜି ପଲିଥିନ ଜବତ କରାଯାଇଥିଲା। ଏଥିସହ ନିଷିଦ୍ଧ ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ଓ ବିକ୍ରିରୁ ନିବୃତ୍ତ ରହିବାକୁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ସଚେତନ କରାଯାଇଥିଲା। ସ୍ୱଚ୍ଛ ଓ ପ୍ଲାଷ୍ଟିକ୍‌ମୁକ୍ତ ଓଡ଼ଗାଁ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଏହି ଚଢ଼ାଉରେ ସାନିଟେସନ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ, କାର୍ଯ୍ୟ ସହାୟକ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ସୁଦିପ୍ତ କୁମାର ଛୁଆଳସିଂ, ପ୍ରତାପ କୁମାର ଜେନା ଓ ସୋମନାଥ ବେହେରା ଉପସ୍ଥିତ ଥିଲେ।

Leave A Reply

Your email address will not be published.