ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର।): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବୁଧବାର ଖରିଫ ଫସଲ-୨୦୨୬ର ଡିଜିଟାଲ ସର୍ବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କ ସମେତ ଅଧିକାରୀମାନେ ଯୋଗଦେଇ ଶତାଧିକ କୃଷିମିତ୍ର, ପ୍ରାଣୀମିତ୍ର, କୃଷକସାଥୀ ଓ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା ସର୍ବେକ୍ଷଣର ୫୯ ପ୍ରତିଶତ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶତପ୍ରତିଶତ ସର୍ବେକ୍ଷଣ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଡିଜିଟାଲ ସର୍ବେକ୍ଷଣ ଦ୍ୱାରା ଚାଷୀଙ୍କ ଜମି ଓ ଫସଲର ତଥ୍ୟ ଉପଲବ୍ଧ ହେବା ସହ କୃଷି ବିଭାଗ ପକ୍ଷରୁ ବୈଜ୍ଞାନିକ ପରାମର୍ଶ ମିଳିପାରିବ ବୋଲି ଅଧିକାରୀମାନେ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post