ଶିଶୁ ସୁରକ୍ଷା ସମୀକ୍ଷା ବୈଠକ

10


ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ମିଶନ ଶକ୍ତି ଗୃହରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ସିଡିପିଓ ଲହଡ଼ିମାଳା ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ସ୍ୱଚ୍ଛତା, ସୁଷମ ଖାଦ୍ୟ ଓ ଶିକ୍ଷା ପ୍ରତି ପିତାମାତାଙ୍କୁ ସଚେତନ ହେବାକୁ କହିଥିଲେ। ସରକାରୀ ଯୋଜନାର ସୁବିଧା ଶିଶୁଙ୍କୁ ନିର୍ଦ୍ଧାରିତ ସମୟରେ ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ବିପିଓ ବିଶ୍ବଜିତ ଯେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଗ୍ରାମପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.