“ଆତ୍ମହତ୍ୟା ନୁହେଁ, ଜୀବନକୁ ବାଛନ୍ତୁ”

14

ମାନସିକ ଚାପର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ,ପରିବାର ଓ ବନ୍ଧୁ ମାନଙ୍କ ସମର୍ଥନ,ଆବଶ୍ୟକ ସ୍ଥଳେ ବୃତ୍ତିଗତ ସହାୟତା ଆତ୍ମହତ୍ୟାକୁ ପ୍ରତିରୋଧ କରିପାରିବ । ଯୁବପିଢି ର ସମସ୍ୟାକୁ ଅବହେଳା ନକରି ଧର୍ଯ୍ୟ ର ସହ ଶୁଣିବା ଆବଶ୍ୟକ ସହାୟତା ଯୋଗାଇବା ଜରୁରୀ । ଏହା କେବଳ ଜଣେ ବ୍ୟକ୍ତି,ଚିକିତ୍ସକ ଙ୍କ ଦାୟିତ୍ଵ ନୁହେଁ ଏହା ପରିବାର , ଶିକ୍ଷାନୁଷ୍ଠାନ ଓ ସମାଜର ସାମୁହିକ ଦାୟିତ୍ଵ ।


ଭୁବନେଶ୍ୱର /୧୦.୯.୨୦୨୬: ” ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ପରି ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଭର୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା ” ଚେଞ୍ଜିଁଙ୍ଗ ଦ ନ୍ୟାରେଟିଭ ଅନ ସୁଇସାଇଡ : ଫ୍ରମ୍ ସାଇଲେନ୍ସ ଆଣ୍ଡ ଷ୍ଟୀଗିମା ଟୁ କନ୍ଭର୍ସେଶନ ଆଣ୍ଡ ହୋପ” । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଏମ୍ବିବିଏସ୍, ଏମଡ୍ଡି- ପରାମର୍ଶଦାତା,ମାନସିକ ଓ ସ୍ନାୟୁ ସମ୍ବନ୍ଧୀୟ ରୋଗ,ଯୌନ ସମସ୍ୟା ଏବଂ ନିଶାମୁକ୍ତି ଚିକିତ୍ସା ର ବିଶେଷଜ୍ଞ ଡ. ନୀର୍ଲିପ୍ତ ଦାଶ। ଆତ୍ମହତ୍ୟା ଆଜିର ସମାଜରେ , ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଗୁରୁତର ସମସ୍ୟା । ସମାଜରେ ରହିଥିବା ଲଜ୍ଜା ,ଭୟ ଓ ଅପବାଦ ଅନେକ ସମୟରେ ମାନସିକ ଚାପରେ ଥିବା ବ୍ୟକ୍ତି ଅଥବା ଛାତ୍ର ଛାତ୍ରୀ ମାନଙ୍କୁ ନିଜର ସମସ୍ୟା ପ୍ରକାଶ କରିବା ଓ ସହାୟତା ନେବାରୁ ଦୁରେଇ ରଖେ। ଡ. ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଆତ୍ମହତ୍ୟା ବିଷୟରେ ଥିବା ପାରମ୍ପରିକ ନିରବତା କୁ ଭାଙ୍ଗି ସହାନୁଭୂତି,ବୁଝାମଣା,ଖୋଲା ଆଲୋଚନା କରି ଏକ ନୂତନ ଦୃଷ୍ଟିକୋଣ ଗଠନ କରିବା ଆବଶ୍ୟକ । ମାନସିକ ଚାପର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ,ପରିବାର ଓ ବନ୍ଧୁ ମାନଙ୍କ ସମର୍ଥନ,ଆବଶ୍ୟକ ସ୍ଥଳେ ବୃତ୍ତିଗତ ସହାୟତା ଆତ୍ମହତ୍ୟାକୁ ପ୍ରତିରୋଧ କରିପାରିବ । ଯୁବପିଢି ର ସମସ୍ୟାକୁ ଅବହେଳା ନକରି ଧର୍ଯ୍ୟ ର ସହ ଶୁଣିବା ଆବଶ୍ୟକ ସହାୟତା ଯୋଗାଇବା ଜରୁରୀ । ଏହା କେବଳ ଜଣେ ବ୍ୟକ୍ତି,ଚିକିତ୍ସକ ଙ୍କ ଦାୟିତ୍ଵ ନୁହେଁ ଏହା ପରିବାର , ଶିକ୍ଷାନୁଷ୍ଠାନ ଓ ସମାଜର ସାମୁହିକ ଦାୟିତ୍ଵ । ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୭ ଟି ମହାବିଦ୍ୟାଳୟ ଯଥା – ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଲେଶ୍ଵର,କୁନ୍ତଳାକୁମାରୀ ସାବତ ମହିଳା ଡିଗ୍ରୀ କଲେଜ ବାଲେଶ୍ବର,ସୁନାବେଡ଼ା ଡିଗ୍ରୀ ମହାବିଦ୍ୟାଳୟ କୋରାପୁଟ,ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ,କେନ୍ଦୁଝର, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ମୟୁରଭଂଜ, ଅନୁଗୁଳ ମହିଳା ମହାିଦ୍ୟାଳୟ, ଅନୁଗୁଳ, କ୍ଷେତ୍ରମୋହନ ଡିଗ୍ରୀ ମହାବିଦ୍ୟାଳୟ ଗଞ୍ଜାମ,ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ,ଝାରସୁଗୁଡ଼ା, ସା ହାସ ପୁର ଡିଗ୍ରୀ ମହାବିଦ୍ୟାଳୟ,ଯାଜପୁର, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ମୟୁରଭଂଜ,ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟ ମୟୁରଭଂଜ, ରୋହିଦସ୍ ସୋରେନ୍ ଡିଗ୍ରୀ ମହାବିଦ୍ୟାଳୟ, ମୟୁରଭଂଜ ଅଗର ପଦା ମହାବିଦ୍ୟାଳୟ ଭଦ୍ରକ, କେ.ସି ସଂସ୍କୃତ ମହିଳା ଡିଗ୍ରୀ ମହାବିଦ୍ୟା କେନ୍ଦ୍ରାପଡ଼ା,ପିପିଲି ଡିଗ୍ରୀ ମହାବିଦ୍ୟାଳୟ ପୁରୀ, ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ,ବାଲେଶ୍ଵର ର ହାରାହାରି ୨୦୦୦ ଛାତ୍ର ଛାତ୍ରୀ ଏବଂ ସେମାନଙ୍କର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପି. ଆର୍ କୋ ଅର୍ଡିନେଟର ଚୈତାଲି ସୋମ, ସଂଗଠନର ପରିଚାଳକ ଶ୍ରୀଯୁକ୍ତ ହରିହର ବଡ଼ପଣ୍ଡା ଯୋଗଦାନ କରିଥିଲେ ଏବଂ ସ୍ୱାତୀ ପ୍ରଭା ମିଶ୍ର, ପ୍ରୀତିନନ୍ଧା ମହାପାତ୍ର ଓ ଅଭିରାମ ଜେନା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ । ପରିଶେଷରେ ଏତିକି କୁହାଯାଇପାରେ ନିରବତା ରୁ ସଂଳାପ,ନିରାଶା ରୁ ଆଶା ଏବଂ ଏକାକୀତ୍ଵ ରୁ ସାମାଜିକ ସମର୍ଥନ ଆଡ଼କୁ ଯିବା ହେଉଛି ଆତ୍ମହତ୍ୟା ପ୍ରତିରୋଧର ଏକ ସକାରାତ୍ମକ ପଥ। ଏକ ସହାନୁଭୂତିପ୍ରଦ ଓ ସହଯୋଗୀ ସମାଜ ଗଠନ ମାଧ୍ୟମରେ ଅନେକ ଜୀବନରେ ନୂତନ ଆଶା ସୃଷ୍ଟି କରାଯାଇପାରେ ।

Leave A Reply

Your email address will not be published.