ବାଙ୍କୀରେ ବିଜେପି ପକ୍ଷରୁ ମୋଟର ସାଇକେଲ୍ ଶୋଭାଯାତ୍ରା 

0

ବାଙ୍କୀ (ଆଶିଷ କୁମାର ମହାପାତ୍ର) କଟକ ଲୋକସଭା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ବାଙ୍କୀ ବିଧାନସଭା ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଆସନ୍ତା ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଆଜି ବାଙ୍କୀ ନଗର ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବିଜେପି କାର୍ଯ୍ୟାଳୟଠାରୁ ବାହାରି ବାଙ୍କୀ ଏନ୍ଏସିର ୧୭ଗୋଟି ୱାର୍ଡ  ପରିକ୍ରମା କରିଥିଲା । ଏହାପରେ ଏହି ମୋଟରସାଇକେଲ ଶୋଭାଯାତ୍ରା ପଶ୍ଚିମ ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରି ବିଜେପି ଦଳ ପାଇଁ ଭୋଟ ପ୍ରଚାର କରି କଳାପଥର ଠାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ସଭାରେ ଯୋଗ ଦେଇଥିଲେ । ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜେପି ନେତା ସୁବଳ ବେହେରା, ଭବାନୀ ଶଙ୍କର ତ୍ରିପାଠୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିସ୍ତାରକ ପ୍ରଭାସ ମଲ୍ଲିକ, ବାଙ୍କୀ ବିଜେପି ପ୍ରଭାରୀ ସ୍ମୃତି ପଟ୍ଟନାୟକ, ମନୋଜ କୁମାର ଦଳେଇ, ସଂଗ୍ରାମ ବିଭୂତିରାୟ ପ୍ରମୁଖ ଶୋଭାଯାତ୍ରାରେ ଅଗ୍ରଭାଗରେ ରହି ନେତୃତ୍ୱ ନେଇଥିଲେ ।

 

Leave A Reply

Your email address will not be published.