ବାଇକ ଚୋର ଗିରଫ : ଝାଡ଼ଖଣ୍ଡରୁ ଜବତ ହେଲା ବାଇକ 

0

ବଡ଼ବିଲ: ବଡ଼ବିଲ ଅଞ୍ଚଳରୁ ଗତ କିଛି ମାସ ହେବ କ୍ରମାଗତ ଭାବରେ ବାଇକ ଚୋରି ସ୍ଥାନୀୟ ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ  ହୋଇଥିବା ବେଳେ ଆଜି ଜଣେ ବାଇକ ଚୋରକୁ  ଝାଡ଼ଖଣ୍ଡର ବଡ଼ଜାମଦା ଅଞ୍ଚଳରୁ ଧରିବାରେ ସକ୍ଷମ ହେବାସହ ଚୋରି ବାଇକକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖ ଦିନ ନାଲଦାରେ ରହୁଥିବା ସଗେନ ସୋରେନ ତାଙ୍କର ଓ ଆର ୦୯ଏମ ନଂ ବିଶିଷ୍ଟ ବାଇକ ଚୋରି ଯାଇଥିବାର ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେଶ ନଂ ୯୨/୧୯ u/s ୩୭୯ ଆଇ ପି ସିରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କୌଣସି ସୂତ୍ରରୁ ଖବର ପାଇ ବଡ଼ଜାମଦାରୁ ଚୋରି ବାଇକ ସହ ଅଭିଯୁକ୍ତ ଏମ ଡି ଇରଫାନକୁ ଗିରଫ କରିଥିଲେ। ଅଭିଯୁକ୍ତ ଇରଫାନ ଝାଡ଼ଖଣ୍ଡର ଜଗନ୍ନାଥପୁର ଅଞ୍ଚଳର ବୋଲି ଜଣା ପଡ଼ିଛି |

Leave A Reply

Your email address will not be published.