ପବିତ୍ର ଓ ପ୍ରସିଦ୍ଧ ବୈଶାଖ ମେଳା ର ପ୍ରସ୍ତୁତି ବୈଠକ 

0

ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର , ପୁର୍ଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ବରଗଡ଼ ଜିଲ୍ଲାର ପାଇକମାଲ ଠାରେ ଅବସ୍ତିତ , ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ମନ୍ଦିରରେ ମହାପ୍ରଭୁ ଙ୍କର ଦର୍ଶନ କରିବା ପାଇଁ ଓ ମାନଖୋଲି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ତୀର୍ଥ ଯାତ୍ରୀ ଓ ପର୍ଯଟକ ମାନଙ୍କର ସୁଅ ଛୁଟି ଥାଏ କିନ୍ତୁ ବୈଶାଖ ଚତୁର୍ଦସି ମହାପ୍ରଭୁଙ୍କ ଜନ୍ମ ଦିନ ହେଇଥିବାବାରୁ ସେହି ସମୟରେ ଏଠାରେ ମାତ୍ରାଧିକ ଜନଗହଳି ହେଇଥାଏ । ଯାହା କି ବୈଶାଖ ମେଳା ନାମରେ ପ୍ରସିଦ୍ଧ । ମହାରାଜ ବୈଜଳ ଦେବ ଙ୍କର ଦ୍ୱାରା ମନ୍ଦିରର ନିର୍ମାଣ ସରିବାପରେ ସେହି ସମୟରୁ ଏହି ମେଳା ପ୍ରତ୍ୟେକ ବର୍ଷ ହେଇ ଆସୁଛି । ଅଂଚଳର ସର୍ବପୁରାତନ ଏହି ମେଳା କୁ ଚଳିତ ବର୍ଷ ସୁରୁଖୁରୁରେ ପାଳନ କରିବା ପାଇଁ ଆଜି ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ବରିଷ୍ଠ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସେଠି ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ମନ୍ଦିର କାର୍ଯ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଗତ ବର୍ଷର ଆୟ ବ୍ୟୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ କରାଯିବା ସହିତ ମେଳା ପରିଚାଳନା ପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯାଇଥିଲା । ଏହାପରେ ବିଭିନ୍ନ ବିଭାଗ ର ଅଧ8କରି ଯଥା ପୋଲିସ , ପାନୀୟ ଜଳ , ଜଙ୍ଗଲ , ବିଦ୍ୟୁତ ,ସ୍ୱାସ୍ଥ୍ୟ , ଅଗ୍ନିଶମ , ଙ୍କର ସହିତ ଅଲୋଚନ କରାଯାଇ ବିଭିନ୍ନ ପ୍ରସ୍ତାବ ମାନ ଗୃହୀତ ହେଇଥିଲା । ଅଶାନ୍ତ 13 ମେ ରୁ 18 ମେ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଙ୍କ ଆଗମନ କୁ ଆଖି ଆଗରେ ରଖି ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯିବ ବୋଲି ସଭାରେ ନିର୍ଣ୍ଣୟ ହେଇଥିଲା । ଚଳିତ ଥର ମଧ୍ୟ ମେଳାକୁ ବିମାଭୁକ୍ତ କରାଯିବ ବୋଲି ପ୍ରସ୍ତାବ ହେଇଛି । 

       ଏହି ପ୍ରସ୍ତୁତି ବିଠକ ରେ ଅନ୍ୟମାନଙ୍କର ମଧ୍ୟରେ ଶ୍ରୀ ମନୋରଞ୍ଜନ ସିଂ ବରିହା , ପାଇକମାଲ ଅତିରିକ୍ତ ତହସିଲଦାର , ଡାକ୍ତର ଶ୍ରୀଧର ପ୍ରଧାନ , କମଲେଶ ଅଗ୍ରୱାଲ , ଚିତ୍ତ ରଞ୍ଜନ ସରଫ , ଦୁର୍ଯ୍ୟୋଧନ ତ୍ରିପାଠୀ , ଅଗ୍ନିଶମ ଅଧିକାରୀ , ବନଖଣ୍ଡ ଅଧିକାରୀ , ଶ୍ରୀ ପ୍ରିୟବ୍ରତ ମାଝୀ , ସାମ୍ବାଦିକ ବଡ ଶତପଥୀ, ସୁରଥ ସାହୁ ,ଗୌରାଙ୍ଗ ଦାସ ପ୍ରମୁଖ ଓ ଅଞ୍ଚଳ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.