ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୮/୯/୨୬ ରାୟଗଡା ଜିଲ୍ଲା ବିଜେପି ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଆଜି ପୁର୍ବତନ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଯୁବ ନେତା ଭୀକାରି ନାହାକ, ମିଲି ପାଢି, ବାପି ପଣ୍ଡା, ଟିଙ୍କୁ ପଣ୍ଡା ପ୍ରମୁଖ ରାଜ୍ୟ ସରକାରଙ୍କ ପୁର୍ତ୍ତ ଆଇନ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟି ଗୁଣପୁର ବଂଶଧାରା ପୋଲ ଉପରେ ଦ୍ବିତିୟ ସେତୁ ନିର୍ମାଣ ପାଇଁ ଦାବିପତ୍ର ଦେବାସହ
ଜିଲ୍ଲା ର ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାୟଗଡା ଜିଲ୍ଲା ର ରାୟଗଡା- କେରେଡା ମଧ୍ୟରେ ୪ ଲେନ୍ ବିଶିଷ୍ଟ ରାସ୍ତା, କୁମତୁଲପେଟା-ମୁନିଗୁଡା-ତୁମଡିବନ୍ଧ ରାସ୍ତା ୪ ଲେନ୍, ଭବାନୀପାଟଣା – ମୁନିଗୁଡା ରାସ୍ତା ୪ ଲେନ୍ କରିବା ପ୍ରସ୍ତାବ କୁ କ୍ଯାବିନେଟ୍ ମଞ୍ଜୁରି ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post