ଭୁବନେଶ୍ୱର / ତା 07-09-2026 –ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାହିତ୍ୟ ଏକାଡେମୀ ଓ ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ
ସ୍ବର୍ଗତ ବୀରକିଶୋର ପାଢ଼ୀଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ବାଲ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ” ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇଥିଲା l ଦ୍ୱିତୀୟ ଅଧିବେଶନ ର ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡ଼ କୃତ୍ତିବାସ ନାୟକ, ସମ୍ମାନିତ ଅତିଥି ଭାବେ ବଉଳଫୁଲ ସାହିତ୍ୟ ସଂସଦର ଉପଦେଷ୍ଟା ତଥା “ଗୋଧୂଳି ” ର ସଂପାଦିକା ବିମଳା ସିଂହ, ମୁଖ୍ୟବକ୍ତା ଡ଼ ଚକ୍ରଧର ଦାଶ ପ୍ରମୁଖ୍ୟ ଯୋଗ ଦେଇ” ଗାଁ ଭୂଇଁ “ପତ୍ରିକାର ସଂପାଦକ ବୀର କିଶୋର ପାଢ଼ୀଙ୍କର କୃତ୍ତି ଓ କ୍ରୀତ୍ତି ସଂପର୍କରେ ସବିଶେଷ ବିବରଣୀ ରଖିଥିଲେ ll ଡ଼ କୃତ୍ତିବାସ ନାୟକ ଶିଶୁ ସାହିତ୍ୟର ଗତି ଓ ପ୍ରବୃତି ନେଇ ଆଲୋଚନା କରିଥିଲେ l ସେହିପରି ଡ଼ ଚକ୍ରଧର ଦାଶ ସ୍ବର୍ଗତ ବିରକିଶୋର ପାଢ଼ୀଙ୍କର ସାହିତ୍ୟ କୃତି ସଂପର୍କରେ ସବିଶେଷ ବିବରଣୀ ରଖିଥିଲେ l ବିମଳା ସିଂହ ଶିକ୍ଷାବିତ ସ୍ବର୍ଗତ ପାଢ଼ୀ ଶିଶୁସାହିତ୍ୟ ଜଗତପାଇଁ
ଏକ ଅମ୍ଲାନ ପ୍ରତିଭା ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ l ବଉଳଫୁଲର ସଂପାଦିକା ଶ୍ରୀମତୀ ବ୍ରଜେଶ୍ବରୀ ସିଂହ ସଂପାଦକୀୟ ବିବରଣୀ ପାଠ କରିଥିଲେ l ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସଭାର ସଭାପତି ଡ଼ ରାଜକିଶୋର ପାଢ଼ୀ ଓଡ଼ିଆ ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନେଇ ଆଲୋକପାତ କରିଥିଲେ l ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳ ସିଂହଙ୍କୁ ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ତରଫରୁ ” ବ୍ୟସଭାରତୀ ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l
କବୟିତ୍ରୀ ବ୍ରଜେଶ୍ବରୀ ସିଂହଙ୍କ ଶିଶୁ କବିତା ପୁସ୍ତକ ” କୋଇଲି ଗାଉଛି ଗୀତ ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ପ୍ରଥମ ଅଧିବେଶନ କବିତାପଠାତ୍ସବରେ ଝରଣା ପତ୍ରିକାର ସମ୍ପାଦକ ମନୋଜ କୁମାର ଜେନା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିଶୁ ସାହିତ୍ୟିକ ମୁଖ୍ୟ ଅତିଥି ଭାବେ ଡ଼ ପ୍ରଶାନ୍ତ ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ଚନ୍ଦ୍ରଶେଖର ପୁର ସାହିତ୍ୟ ସଂସଦରେ ସଂପାଦକ ବସନ୍ତ ମାଝୀ ଯୋଗ ଦେଇଥିଲେ l ସାହିତ୍ୟିକ ପ୍ରଦୁମ୍ନ ପଟ୍ଟନାୟକ ଙ୍କ ସଂଯୋଜନାରେ ଗାୟତ୍ରୀ ଦାଶ, ଡ଼ ପ୍ରବୀଣା ପରିଡା, ଉମାକାନ୍ତ ପୃଷ୍ଟି, ଜୟଶ୍ରୀ ପଟ୍ଟନାୟକ, ଅସୀମ ପାଢ଼ୀ, ଶକୁନ୍ତଳା ଦାଶ, ବିନୋଦ ବିହାରୀ ମହାରଣା,ଇତ୍ୟାଦି 60ରୁ ଉର୍ଦ୍ଧ କବି ଯୋଗଦେଇ ଶିଶୁ କବିତା ପାଠ କରିଥିଲେ l ଶେଷରେ ଧନ୍ୟବାଦ ଦେଇଥିଲେ ଗାୟତ୍ରୀ ଦାସ
Sign in
Sign in
Recover your password.
A password will be e-mailed to you.