ତଥାପି ସଜାଡି ହୋଇ ପାରୁନି ସୁନ୍ଦରଗଡ଼ ରେ ବିଜେଡି ସ୍ଥିତି !

0

 ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ  :-ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦଲବଦଳ ରାଜନୀତି ପରେ ଏଠାକାର ରାଜନୀତି ମାହଲ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ହାତଛାଡି ଶଙ୍ଖଧରିବା ପରେ, ଶଙ୍ଖ ଦଳରେ ଟିକେଟ ପାଇଁ ପ୍ରବଳ ଦାବିଦାର ଥିବା କୁସୁମ ଟେଟେ ପଦ୍ମପୋଖରୀ ରେ ଡ଼ିଆ ମାରିଥିଲେ ଯାହାକୁ ନେଇ ସୁନ୍ଦରଗଡ଼ ରେ ନିର୍ବାଚନ ଏକ ରୋଚକ ସ୍ଥିତିରେ ଅଛି, ଉଭୟ ବିଜେଡ଼ି ଓ ବିଜେପି ଏହି ଆସନକୁ ନିଜ ଅକ୍ତିଆରକୁ ନେବାପାଇଁ ଚେଷ୍ଟା ଚଳାଇଥିବା ବେଳେ ଗତ୬ ତାରିଖରେ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ ଆସି ନିର୍ବାଚନ ପ୍ରଚାର କରି ଗଲାପରେ ବିଜେପି ପ୍ରତି ଲୋକଙ୍କର ଆକୃଷ୍ଟ ହେଉଛନ୍ତି, ଅନ୍ୟପକ୍ଷରେ ମୋଦୀ ଙ୍କ ପ୍ରଚାର କୁ କାଉଣ୍ଟର କରିବାକୁ ଗତ୧୦ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଆସି ହେମଗିର ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ତେବେ ନବୀନ ଙ୍କ ଗସ୍ତକୁ ନେଇ ଲୋକଙ୍କ ଭିତରେ ଏତେଟା ଉସାହ ଦେଖାଦେଇନଥିଲା , ନବୀନ ଙ୍କ ସଭାରେ ମାତ୍ର ୪ ହଜାର ରୁ୫ ହଜାର ଲୋକ ସାମିଲ ହୋଇଥିବା ବେଳେ ଶାସକ ଦଳ ତଥା ଯୋଗେଶ ଙ୍କ ସମର୍ଥକ ଏଥିରେ ୨୦ ହଜାର ରୁ ଉର୍ଦ୍ଧ୍ବ ଲୋକ ସାମିଲ ଥିବା ପ୍ରଚାର କରୁଛନ୍ତି !!  ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଦେଖା ଯାଇଥିଲା ମାଲ ମାଲ ଗାଡ଼ି ମଟର ହେଲେ ଲୋକ ନଥୀଲେ !! ଟାଟା ମାଜିକ ହଉ କି ବୋଲେରୋ ହଉ ୧୦ ଜଣ ବସିବା ଜାଗାରେ କୋଉଥିରେ୩ କୋଉଥିରେ ୪ ଜଣ ବସି ଆସିଥିଲେ !! ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ରୁ ବିଜେଡ଼ି ଫାଇଦା ଉଠାଇବା ବୋଲି ଯୋଉ ଆଶା କରୁଥିଲା ତାହା ଓଲଟା ହୋଇଥିବା ଭୋଟର ମହଲରେ ଚର୍ଚ୍ଚା ଜୋର ଧରିଛି, ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ବିଫଳ କରିବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରିଥିବା ଜୋର ଧରିଛି  !!  ଲୋକଙ୍କୁ ନବୀନଙ୍କ ସଭାକୁ ଯିବାରୁ ଅଟକେଇବା ପାଇଁ ବିଭିନ୍ନ ସ୍ଥାନରେ ଭୋଜିଭାତରେ କରିଥିବା ଏବଂ ଏଥିରେ ବିଜେପି ସଫଳ ମଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି  | ବିଭିନ୍ନ ସ୍ଥାନରେ ଭୋଜିଭାତ ର୍ ଆୟୋଜନ କରିଥିବା ଏବଂ ଏଥିରେ ବିଜେପି ସଫଳ ମଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି

Leave A Reply

Your email address will not be published.