କସ୍ତୁରବା ମହିଳା ମହାସଂଘର ୫ମ ପ୍ରତିଷ୍ଠା ଦିବସ ପାଳିତ

0

ବଡ଼ବିଲ(ଚିତ୍ତରଞ୍ଜନ କର): ଗୁରୁବାର ଥିଲା କସ୍ତୁରବା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି। ଏହି ଦିବସରେ ଗଠନ ହୋଇଥିବା କସ୍ତୁରବା ମହିଳା ମହାସଂଘ ଆଜି ତା’ର ୫ମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ବଡ଼ବିଲ ସ୍ଥିତ ମ୍ୟୁନିସିପାଲିଟି ଟାଉନ ହଲରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବଡ଼ବିଲ ପ୍ରେସ କ୍ଲବର ସମ୍ପାଦକ ଶାନ୍ତନୁ ଦାଶ ମହିଳା ସଶକ୍ତିକରଣ ଉପରେ ନିଜର ବ୍ୟକ୍ତବ୍ୟରେ ମହିଳା ମାନଙ୍କୁ ସମାଜ ଗଠନରେ ମୁଖ୍ୟ ଭୂମିକା ନେବାକୁ ଆହ୍ୱାନ ଦେବା ସହ ନିଷ୍ପତି ନବାରେ ସ୍ୱାଧୀନତା ନଥିଲେ ମହିଳା ସଶକ୍ତିକରଣର କିଛି ଅର୍ଥ ନାହିଁ ବୋଲି କହିଥିଲେ। ସେହିପରି ଏହି ସଭାରେ ଆଦିବାସୀ ବିକାଶ ସମିତିର ସଂପାଦିକା ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥି ଭାବେ ସାମାଜିକ କର୍ମୀ କଂଗ୍ରେସ ଭାଇ,  ସର୍ବୋଦୟ ସମାଜର ଆବାହକ ଡଃ ଆଦିତ୍ୟ ପଟ୍ଟନାୟକ, ତ୍ରିବେଣୀ ଆର୍ଥ ମୁଭର୍ସର ମାନବ ସମ୍ବଳ ମୁଖ୍ୟ, ବି. ସି. ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। କସ୍ତୁରବା ମହିଳା ମହାସଂଘର ସଂପାଦିକା ଦମୟନ୍ତି ସାମଲ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ କସ୍ତୁରବା ମହିଳା ମହାସଂଘ ପକ୍ଷରୁ ବଡ଼ବିଲ ପ୍ରେସ୍ କ୍ଲବ୍, ମିଡିଆ ଫୋରମ୍, ଭାରତ ବିକାଶ ପରିଷଦ, ପ୍ରୟାସ ସଂଗଠନ ଏବଂ ମହିଳା ମହାସଂଘ ସମିତି ସମବାୟ ସମିତି ଲିଃଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

 

Leave A Reply

Your email address will not be published.