୫ ବର୍ଷ ଭିତରେ ଭୂମିହିନଙ୍କୁ ଜାଗା ଓ ବାସଗୃହ ନିଶ୍ଚିତ ଦିଆଯିବ – ନରସିଂହ

0

ପ୍ରଚଣ୍ଡ ଖରାରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ଦିନବେଳା ସହରରେ, ରାତିରେ ବ୍ଲକ ଅଞ୍ଚଳ

ବଲାଙ୍ଗୀର,୧୦/୦୪.-  ନିର୍ବାଚନ ଅଳ୍ପ ଦିନ ଭୋଟଦାତାମାନେ ସଚେତନ ହୋଇ ଭୋଟ ଦିଅନ୍ତୁ । ଏଠି ଲୋକ ଅଛନ୍ତି ଭୁଆଁ ବୁଲେଇ ଭୋଟ  ମାଗୁଛନ୍ତି । ଖଚ ମିଛ କହି ଭୋଟ ନେଇ ପୁଣି ଲୋକଙ୍କୁ ଅସୁବିଧାରେ ପକାଇବାକୁ ·ହୁଛନ୍ତି ଆମେ କିନ୍ତୁ ଗତ ୫ ବର୍ଷର ରିପୋର୍ଟ କାର୍ଡ ଆପଣଙ୍କ ଆଗରେ ରଖୁଛୁଁ । ଆପଣମାନେ   ଅନ୍ତରାତ୍ମାକୁ ପଚରାନ୍ତୁ ଗତ ୫ ବର୍ଷ ଭିତରେ ବଲାଙ୍ଗିରର ବିକାଶ ହୋଇଛି ନା ନାହିଁ ଆମେ ସେହି ବିକାଶ କୁ ନେଇ, ଏବଂ ସେହି ବିକାଶଧାରାକୁ ଆଗେଇ ନେବା ପାଇଁ ଭୋଟର ସାହାଯ୍ୟ ମାଗୁଛୁଁ ଏବଂ ଏହା ମଧ୍ୟ ପ୍ରତିଶୃତି ଯେ ଆଗାମୀ ୫ ବର୍ଷ ଭିତରେ ବଲାଙ୍ଗିର ସହର ମଧ୍ୟରେ ସରକାରୀ ଜମିରେ ବସବାସ କରି ରହୁଥିବା ସମସ୍ତ ଗରିବ ପରିବାରଙ୍କୁ ଜମି ଓ ବାସଗୃହ ନିଶ୍ଚିତ କରାଯିବ ବୋଲି ଆଜି ସହରରେ ବସ୍ଥି ଅଞ୍ଚଳରେ ନିର୍ବାଚନ ପ୍ରଚାରରେ ଯାଇ ବଲାଙ୍ଗିର ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆଇନରେ ଅଛି ସହରରେ ରହୁଥିବା ଭୂମିହୀନଙ୍କୁ ଜାଗା ଓ ବସଗୃହ ଯୋଗାଇ ଦେବା କଥା କିନ୍ତୁ ସରକାର ଏବଂ ତାର ଅଧିକାରୀମାନେ  ଜାଣିଶୁଣି ଏମାନଙ୍କୁ ସେଥିରୁ ବଞ୍ଚôତ କରୁଛନ୍ତି । ଭୋଟ ବ୍ୟାଙ୍କ ତିଆରି କରିବା ପାଇଁ ସେମାନଙ୍କୁ ଜିବନ ବ୍ୟାପି ଭୂମିହୀନ, ବାସହୀନ କରିବା ପାଇଁ ·ହୁଁଛନ୍ତି । ଦୃଢତାର ସହିତ ମୁଁ କହୁଛି ଆଗାମୀ ୫ ବର୍ଷ ମଧ୍ୟରେ ସେହି ସ୍ଥିତିର ପରିବର୍ତ୍ତନ ଆସିବ । ସମସ୍ତ ଭୂମିହିନ ଗରିବ ପରିବାର ଜମିପଟ୍ଟା ପାଇବେ । ସେ ଜାଗାରେ ତାଙ୍କ ପାଇଁ ବିନା ମୁଲ୍ୟରେ ବାସଗୃହର ବ୍ୟବସ୍ଥା କରାଯିବ । ଆଜିର ଏହି ନିର୍ବାଚନୀ ପ୍ରଚାରରେ ଶ୍ରୀ ମିଶ୍ର ନିଜ ସପକ୍ଷରେ ତଥା ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସପକ୍ଷରେ ଭୋଟ ପାଇଁ ନିବେଦନ କରିଥିଲେ । କଂଗ୍ରେସ ସରକାର ଆସିଲେ ମହିଳା, ଛାତ୍ର, ଯୁବକ, କୃଷକ ସମସ୍ତଙ୍କ ପାଇଁ ଭଲ ସମୟ ଆସିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ନିର୍ବାଚନୀ ସଭାମାନଙ୍କରେ କଲେଜଛକ ମାର୍କେଟ କମ୍ପ୍ଲେକ୍ସ , ପେଲେସଲାଇନ ମାର୍କେଟ, ଭାଗିରଥି ଛକ ମାର୍କେଟର ଦୋକାନ ଦୋକାନ ବୁଲି ଶ୍ରୀ ମିଶ୍ର ନିର୍ବାଚନ ପ୍ରଚାର କରୁଥିବା ଦେଖାଯାଇଥିଲା । ପରେ ପରେ ଚିମିନିଭାଟି, ଆମ୍ବପଡା, ବିଭୁତିପଡା, ଲକ୍ଷ୍ମୀ ନାଗର ଠାରେ ନିର୍ବାଚନୀ ସଭାମାନ ଅନୁଷ୍ଠିୟ୍ୟ  ହୋଇଥିଲା । ଏଠାରେ ଶହସ୍ରାଧିକ ମହିଳା ଓ ପୁରୁଷ ବିଧାୟକ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସକାଳେ କଲେଜ ଛକ ସ୍ଥିତ କଂଗ୍ରେସ ନିର୍ବାଚନୀ କାର୍ଯ୍ୟାଳୟରେ ମାନ୍ୟବର ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସର ଆଦର୍ଶ ଏବଂ ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସଦର ବ୍ଲକର ପୂର୍ବତନ ବିଜେଡି ସଭାପତି ତଥା ବର୍ତ୍ତମାନର ସମିତି ସଭ୍ୟ ଗୋପବନ୍ଧୁ ମେହେର ବିଜେଡି ଛାଡି ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଅପରାହ୍ନରେ ସଦର ବ୍ଲକ ସ୍ଥିତ ବରକାନି ଗ୍ରା.ପର ବରକାନି ଗାଁରେ ବିଧାୟକ ଶ୍ରୀ ମିଶ୍ରଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାମାନଙ୍କରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ପ୍ରଚାର କମିଟି ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ·ଷୀ ନେତା ସୁଧିର  ପରିଚ୍ଛା, ରମେଶ ବଘାର, କାଉନସିଲର ସୌମ୍ୟଦୀପ   ସରାଫ,  ବିଧାୟକଙ୍କ ବ୍ଲକ ପ୍ରତିନିଧି କିଶୋର ସିଂ ନିନା, ସୁଦାମ ସାହୁ, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ଟୁନା ମିଶ୍ର, ପ୍ରଶନ୍ନ ପାତ୍ର, ଶୁଶିଲ ବେହେରା, କିଶୋର ଦଣ୍ଡସେନା, ଟୁକୁ ମହାନ୍ତି, ଟୁକୁ ଖୁଆସ, ବିରେନ୍ଦ୍ର ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.