ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା, 4 ଅଭିଯୁକ୍ତ ଗିରଫ

0

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ଟାଉନ ପୋଲିସର ବଡ଼ ସଫଳତା, ସୁନ୍ଦରଗଡ଼ ଜିଲ୍ଲା ଦେଶର ଦୂତୀୟ ଓପେନ୍ କାଷ୍ଟ କୋଇଲା ଖଣି ଭାବେ ପରିଚିତ ହେଲେ ଗୋପାଳପୁର କୋଇଲା ଖଣି ରୁ ପ୍ରତିଦିନ ଟନ ଟନ କୋଇଲା ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସହରର ବିଭିନ୍ନ କାରଖାନାକୁ ରପ୍ତାନୀ ହୋଇଥାଏ କିନ୍ତୁ ତା ବଦଳରେ ଗୋପାଳପୁର ଖଣି ରୁ ଟ୍ରକ ମାଲିକ ଙ୍କୁ ଚଲାଣ( ଟୋକନ) ଖଣ୍ଡେ ଖଣ୍ଡେ ଦେଇଥାନ୍ତି,ଟ୍ରକ ମାଲିକ ମାନେ ଚଲାଣକୁ ନେଇ ସହରରେ ଥିବା ବିଭିନ୍ନ ଚାଲାଣ କାଉଣ୍ଟର ରେ ଦେଇ ତାଙ୍କ ଟ୍ରକ ରେ କୋଇଲାଖଣି ରୁ ବିଭିନ୍ନ କଲ କାରଖାନା କୁ ରପ୍ତାନି କରିଥିବା ମୂଲ୍ୟ ପାଇଥାନ୍ତି ହେଲେ ୨୦୧୭ ମସିହାରେ ମେନ ରୋଡ଼ ରେ ଥିବା ଏମ. ଡ଼ି. ସାହିଦ ବୋଲି ଜଣେ ଚାଲାଣ କାଉଣ୍ଟର କୁ ଦୁଇଜଣ ଯୁବକ ଯାଇ ଜଣେ କହିଥିଲା ମୁ ଅଶୋକ ସାହୁ, ମୋ ଘର RRIT କଲୋନୀରେ ମୋର୬ଖଣ୍ଡ ଗାଡ଼ି ଅଛି ଓ ମୋ ପାଖରେ ୫୮ଖଣ୍ଡ ଚାଲାଣ ଅଛି ଭେଷଜ ଇଂଜିନିୟରିଂ କଂସ୍ଟ୍ରୋକ୍ସନ ର୍ମୁ ଗୋପାଳପୁର ଖଣି ରୁ ରାଉରକେଲା ସ୍କାନ ଷ୍ଟିଲ କୁ କୋଇଲା ମୋ ଗାଡ଼ିରେ ଦିଏ ବୋଲିକହି  ୩୪୦୦୦୦  ( ତିନି ଲକ୍ଷ ଚାଳିଶ ହଜାର) ଟଙ୍କା ନେଇଥିଲେ, ଦୁଇ ଦିନ ପରେ ଏମ. ଡ଼ି. ସାହିଦ ଭେଷଜ ଇଂଜିନିୟରିଂ କଂସ୍ଟ୍ରୋକ୍ସନ କମ୍ପାନୀ ରେ ଡ଼ିପୋଜିତ କରିଥିଲେ ହେଲେ କମ୍ପାନୀ ଦୁପ୍ଲିକେଟ ଚାଲାଣ ବୋଲି କହିଥିଲା ତେଣୁ ସାହିଦ କିଛି ରାସ୍ତା ନପାଇ ହତାଶ ହୋଇ ସୁନ୍ଦରଗଡ଼ ଟାଉନ ଥାନାରେ୨୦୧୭ମସିହାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇନଥିଲା ,ତାପରେ ମଧ୍ଯ ସାହିଦ ଥାନା କୁ ସବୁବେଳେ ସେ ବିଷୟରେ ବୁଝିବାକୁ ଆସୁଥିବାରୁ ଟାଉନ ଥାନା ଅଧିକାରୀ ବିବଶ୍ୱ ପ୍ରଧାନ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଜୋର ସୋର ଉଦମ୍ୟ ଜାରୀରଖି ଆଜି ଓରଫ( ଚିଙ୍କୁ) ମାଷ୍ଟର ମାଇଣ୍ଡ, ରାଜେଶ ପ୍ରସାଦ ସିଂ ପତ୍ରାପଡା,ସୁବ୍ରତ ଜେନା ମହେଶଡ଼ିହି,ଓମେନ୍ସ ସରକାରୀ ମହାବିଦ୍ୟାଳୟ ସାମ୍ନା ରେ ଥିବା କମ୍ପ୍ୟୁଟର ଅପରେଟର ଅକ୍ଷ କୁମାର ପୁରୋହିତ, ଆଉ ଯିଏ RRIT କଲୋନୀ ର୍ ପରିଚୟ ଦେଇ ଚାଲାଣ ଟଙ୍କା ନେଇଥିଲା ଭବେଶ କୁମାର ଦାସ ଚାରି ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ,ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଜାଲ ଚାଲାଣ ରେ ବ୍ୟବହୃତ କଂପ୍ୟୁଟର ଓ ପ୍ରିଣ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ପୋଲିସ ଜବତ କରିଛି

Leave A Reply

Your email address will not be published.