କଂଗ୍ରେସ ଗାଲରେ ଶକ୍ତ ଜାବୁଡ଼ା : ବିଜେଡିରେ ମିଶିଲେ ମହିଳା କଂଗ୍ରେସ ସଭାନେତ୍ରୀ

0 1

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ସୁମିତ୍ର ଜେନା, ଉପ-ସଭାନେତ୍ରୀ ଶ୍ରୀମତୀ କମଳା ତିରିଆ, ଭାଗ୍ୟଶ୍ରୀ ପ୍ରଧାନ, ସାଧାରଣ ସଂପାଦିକା ସୁଜାତା ଜେନା, ସୋନପୁର ଜିଲ୍ଲା ସଭାନେତ୍ରୀ ବିଜୟିନୀ ତିରିଆ ପ୍ରମୁଖ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀସ୍ତରୀୟ କଂଗ୍ରେସ ସଂଖ୍ୟାଲଘୁ ସେଲ୍‍ ଉପାଧ୍ୟକ୍ଷ ଏମ୍‍ଡି ଆରିଫ୍‍, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ସନ୍ତୋଷ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିନତି ଜେନା, ଖୋର୍ଦ୍ଧା ପୌରପାଳିକାର ପୂର୍ବତନ କାଉନ୍‍ସିଲର ବିଜେପିର ବିରଞ୍ଚô ନାରାୟଣ ସେଠୀ, ଶ୍ରୀମତୀ ଅନ୍ନପୂର୍ଣ୍ଣ ଦାସ, କଂଗ୍ରେସର ଶ୍ରୀ ପ୍ରଶାନ୍ତ ରଥ, ଶ୍ରୀ ବିଭୂତିଭୂଷଣ ମିଶ୍ର, ଶ୍ରୀ ଲକ୍ଷ୍ମୀନାରାୟଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ତୋଷ ହୋତା, ଜଟଣୀ ପୌରପାଳିକାର କଂଗ୍ରେସ ସାଧାରଣ ସଂପାଦକ ଉମାକାନ୍ତ ମହାପାତ୍ର, ପୂର୍ବତନ କାଉନ୍‍ସିଲର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ନମିତା ପାଳ, ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସିଂହାରୀ ସେବକ ଶ୍ରୀ ଗୌରହରି ସିଂହାରୀ ଏବଂ ତାଙ୍କ ସମର୍ଥକମାନେ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀମତୀ ଜେନାଙ୍କ ସହ ସମସ୍ତ ନେତା-କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସୁମିତ୍ରାଙ୍କ ଯୋଗଦାନ ଆମ ଦଳକୁ ସୁଦୃଢ଼ କରିବ । ମହିଳାଙ୍କୁ ଆମେ ଗୁରୁତ୍ୱ ଦେଉଛୁ । ସୁମିତ୍ରାଙ୍କୁ ମଧ୍ୟ ଦଳରେ ଗୁରୁତ୍ୱ ଦିଆଯିବ । ଏଥିସହିତ କଂଗ୍ରେସ ଓ ବିଜେପିର କର୍ମୀମାନଙ୍କ ଯୋଗଦାନ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।

Leave A Reply

Your email address will not be published.