ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ  

0 2

(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)  ବଲାଙ୍ଗୀର ସହରରେ ନିଶା କାରବାର ଯୋଗୁଁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କିଛି ଦିନ ପୂର୍ବ ରୁ କୋରେକ୍ସ ଚୋରା ଚାଲାଣ ହେଉଥିବା ପୋଲିସ ହାତରେ ଧରାପଡିଥଲା। ଏହାକୁ  କେନ୍ଦ୍ର କରି ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ  ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକ ଠାରେ ଆୟୋଜନ କରାଯାଇଥିଲା। ଲୋକ ମାନେ ନିଶା କୁ କିଭଲି ଭାବରେ ବର୍ଜନ କରିବେ ତାହା ଉପରେ ଆଲୋଚନା ହୋଇଥିଲା। 

ଏଥିରେ ବିଜେଡ଼ି ର ଛାତ୍ର ସଭାପତି ଗୁଞ୍ଜ ଖାନ, ପୂର୍ବତନ ଛାତ୍ର ସଭାପତି ରାଜେନ୍ଦ୍ର ହୋତା,  ଜିଲ୍ଲା ଛାତ୍ର ସମ୍ପାଦକ ରାଜୁ ବାଗ, ଜିଲ୍ଲା ଛାତ୍ର ସଭାପତି ଦୀପକ ପଣ୍ଡା, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ସୁନ୍ଦର୍ ନାରାୟଣ ବିଶି ସମେତ କଲେଜ ର ଛାତ୍ରଛାତ୍ରୀ ଓ ଜନ ସାଧାରଣ  ଉପସ୍ଥିତ ଥିଲେ।

 

Leave A Reply

Your email address will not be published.