ନିର୍ବାଚନ ଓ ଭୋଟ ଦାନ ଉପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଭୋଟ ଗଜପତି ଲୋଗୋର  ହ୍ୟୁମାନ ଫରମେସନ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ତାରିଖ ଦିନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଓ ଭୋଟଦାନ ଉପରେ ଜିଲ୍ଲାର ଭୋଟର ମାନଙ୍କୁ ଅଧିକ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ‘ଭୋଟ ଗଜପତି ଲୋଗ’ ର ଏକ ହୁ୍ୟମାନ ଫରମେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରରେ ଥିବା ନବଜୀବନ ଟ୍ରଷ୍ଟ ଅନୁଷ୍ଠାନ ଏବଂ ଅନ୍ୱେଷା ଶିକ୍ଷା ଅନୁଷ୍ଠାନର ୩୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭୋଟ ଗଜପତି ଲୋଗର ହୁ୍ୟମାନ ଫରମେସନର କାର୍ଯ୍ୟକ୍ରମ କରାଯାଇଥିଲା । 

ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ  ଯୋଗଦେଇ ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେଯେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ , ଭୋଟଗଜପତି ନାମରେ ବାହାରକରାଯାଇଥିବା ଲୋଗରେ ଏକ ହୁ୍ୟମାନ ଫରମେସନ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ଭୋଟର ମାନଙ୍କ ମଧ୍ୟରେ ନିର୍ବାଚନୀ ଭୋଟଦାନ ଦିଗରେ ସଚେତନ ବଢାଇବା ପାଇଁ  । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଏମିତି କାର୍ଯ୍ୟକ୍ରମ କରାଯିବା ପରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନେ ଏଦିଗରେ ସଚେତନ ହୋଇ ତାଙ୍କ ବାପା ମାଆ, ପରିବାର ଏବଂ ପଡୋଶୀଙ୍କୁ ଜଣାଇବେ ଯେ ଚଳିତ ନିର୍ବାଚନ ପାଇଁ ଯାହାକି ଆସନ୍ତା ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଆମେ ଗଜପତି ଷ୍ଟାଡିୟମ ଠାରେ ଏଭଳି ଏକ କାର୍ଯ୍ୟ ଡେମୋ ପ୍ରଦର୍ଶନ କରିଥିଲେ । ଯାହାକି ଜିଲ୍ଲାର ଭୋଟର ମାନେ ତାହା ଦ୍ୱାରା ନିର୍ବାଚନ ଦିନ ଅଧିକ ସଂଖ୍ୟାରେ ଭୋଟ ଦାନ ପାଇଁ ସଚେତନ ହୋଇଯିବେ । ଭୋଟର ମାନେ ଅଧିକରୁ ଅଧିକ ଏହା ଦ୍ୱାରା ଯେଉଁଭଳି ସଚେତନ ହେବେ ଏବଂ ସମସ୍ତଙ୍କୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରି ଜଣାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜରୁରୀକାଳୀନ ଅଧିକାରୀ ସତ୍ୟସମ୍ପନ୍ନା ରାଉତ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.