ଶାନ୍ତନୁ କୁସୁମ ଦୁର୍ଘଟଣା ଗ୍ରସ୍ତ

0 1

ଲାଠିକଟା/ହୋରାଚାନ୍ଦ ଦେହୁରୀଆ – ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ ଆଜି ସଡକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣା ପଡିଛି। ଆଜି ମଧ୍ୟାହ୍ନରେ ଶ୍ରୀ କୁସୁମ ଲାଠିକଟାରୁ ବାଇକ ଯୋଗେ ବଣାଇ ଅଭିମୁଖେ ଯାଉଥିବା ବେଳେ ଟୁରିବେର୍ଣା ଛକରେ ଏକ କୁକୁର ଆଗ ଚକ ଭିତରକୁ ପଶି ଯିବାରୁ ଶ୍ରୀ କୁସୁମ ବାଇକରୁ ପଡି ଯାଇଥିଲେ।ସେହି ସମୟରେ ସାମ୍ନା ପଟରୁ ଏକ ମାଲବାହୀ ଗାଡି ଆସୁଥିବା ବେଳେ ଅଳ୍ପକେ ଶ୍ରୀ କୁସୁମ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଡାହାଣ ପାଦ,ଦୁଇ ହାତର ପାପୁଲି ଓ ଦୁଇ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ କୁସୁମ ସୁସ୍ଥଥିବା ଜଣାପଡିଛି। ଆଜି ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରିତ ହେବାପରେ ଜିଲ୍ଲାର ଅନେକ ବୁଦ୍ଧିଜୀବି,ସାମାଜିକ ସଂଗଠନ କର୍ମକର୍ତ୍ତା ଶ୍ରୀ କୁସୁମଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ଶ୍ରୀ କୁସୁମଙ୍କ ଲାଠିକଟା ସ୍ଥିତ ବାସଭବନରେ ଅନେକ ଶୁଭେଚ୍ଛୁ ସାଖ୍ୟାତ କରି ଶ୍ରୀ କୁସୁମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

\

Leave A Reply

Your email address will not be published.