କରଞ୍ଜିଆ:ଶେଷ ଦିନରେ ୫ ପ୍ରାର୍ଥୀଙ୍କ ସମେତ ମୋଟ ୧୧ ଜଣ ନାମାଙ୍କନପତ୍ର ଦାଖଲ 

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ୩୦ନଂ-କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ମଇଦାନରେ ଆଜି ବିଜେଡ଼ି, କଂଗ୍ରେସ ଓ ସ୍ୱାଧୀଣ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀ କରଞ୍ଜିଆ ଉପଜିଲ୍ଲାପାଳ ଶରତ କୁମାର ପୁରୁହିତଙ୍କ ନିକଟରେ ଦାଖଲ କରିଥିବାର ଜଣାପଡ଼ିଛି ।  । ଏମାନଙ୍କ ମଧ୍ୟରେ ବିଜେଡ଼ିରୁ ବାସନ୍ତୀ ହେମ୍ବ୍ରମ, କଂଗ୍ରେସରୁ ସୁଦାମ ଚରଣ ନାଏକ ରହିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ରଘୁନାଥ ନାଏକ, ସାମାଇ ଚରଣ ପୁର୍ତ୍ତି ଓ ସୁଜିତ୍ କୁମାର ଲୁଗୁନ ରହିଛନ୍ତି । ତେବେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ସେ ପୂର୍ବତନ ବିଧାୟକ ବିଜୟ ନାଏକ, ରାଜ୍ୟ ମୁଖପାତ୍ର ସୁଲୋଚନା ଦାସ, ପ୍ରକାଶ ଡ଼ାଙ୍ଗ, ମମତା ମହାନ୍ତ, ପର୍ଯ୍ୟବେକ୍ଷକ ସମୀର ସାମନ୍ତରାୟ, ନବ କୁମାର ସ୍ୱାଇଁ ଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖଙ୍କ ସମେତ ପ୍ରାୟ ୧୦ ହଜାରରୁ ଅଧିକ ସମର୍ଥକମାନଙ୍କୁ ନେଇ ମାଣିକ ଛକ ନିକଟରୁ ବିଶାଳ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ସୁଦାମ ଚରଣ ନାଏକ ମୟୂରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସ, ରାଜନ ସାହୁ ପ୍ରମୁଖ ଶତାଧିକ ସମର୍ଥକମାନଙ୍କ ଗହଣରେ ଆସି ତାଙ୍କର ପ୍ରାର୍ଥୀପତ୍ର ରିଟର୍ଣ୍ଣିଂ ଅଧିକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ୫ ଜଣ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ବିଜେପି ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ସମୟରେ କଂଗ୍ରେସରୁ ଟିକଟ ନପାଇ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ଭାବେ   ନାମାଙ୍କନପତ୍ର ଦାଖଲ କରିଛନ୍ତି ୨୦୦୯ରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ଜବାମଣି ଟୁଡ଼ୁ । 

Leave A Reply

Your email address will not be published.