ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ
ବିଜେପୁର : ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଜେପୁର ବିଜ୍ଞାପିତ ଅଞ୍ଚଳରେ ନୂତନ ଭାବେ ନିର୍ମାଣ ହୋଇଛି ଶୌଚାଳୟ। ହେଲେ ନିର୍ମାଣ ସରିବା ପରେ ମଧ୍ୟ ଏହାର ତାଲା ଖୋଲୁନାହିଁ। ଫଳରେ ଲୋକଙ୍କ ବ୍ୟବହାରକୁ ଆସିବା ପୂର୍ବରୁ ହିଁ ଶୌଚାଳୟଗୁଡ଼ିକ ତାଲାବନ୍ଦ ହୋଇ ରହିଛି।
ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଶୌଚାଳୟ ଯଦି ବ୍ୟବହାରରେ ନ ଆସେ, ତେବେ ଏହାର ନିର୍ମାଣର ଉଦ୍ଦେଶ୍ୟ କଣ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଶୌଚାଳୟରେ ତାଲା ପଡ଼ି ରହିବାର କାରଣ କଣ ଏବଂ କେବେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ, ତାହା ସ୍ପଷ୍ଟ ହେବା ଆବଶ୍ୟକ।ଏନେଇ ପ୍ରକୃତ ତଥ୍ୟ ଜାଣିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁଦତ୍ତ ସାହୁଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ତେବେ ଫୋନ୍ ରିଙ୍ଗ୍ ହେଉଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ତେଣୁ ଶୌଚାଳୟରେ ତାଲା ପଡ଼ିବାର କାରଣ ନେଇ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।