କେନ୍ଦୁଝର :-କେନ୍ଦୁଝର ସଦର ମହକୁମା ପୁରୁଣା ସହର ଜୁମ୍ମା ମସଜିଦ ରୁ ଏକ ବିଶାଳ ଜୁଲୁସ ସହର ପରିକ୍ରମା କରି ଶାନ୍ତି ସ୍ନେହ ଭାଇଚାରା ର ବାର୍ତା ପ୍ରଦାନ କରିଛି ଇଦ ମିଲାଦୁନ ନବୀ ର ପର୍ବ, ଆଜି ପ୍ରାତଃ ରୁ ମସଜିଦ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା, ମୁସଲମାନ ଭାଇ ମାନେ ସମବେତ ହୋଇ ହଜରତ ମହମ୍ମଦ ଙ୍କ ବାଣୀ ଶ୍ରବଣ କରିଥିଲେ |

ଏହାପରେ ସମସ୍ତେ ଲଙ୍ଗର ରେ ପ୍ରସାଦ ସେବନ କରି ଜୁଲୁସ ରେ ସାମିଲ ହୋଇ ଥିଲେ, ପୌର ଉପନଗରପାଳ ବରଦା ପ୍ରସନ୍ନ ଦାସ, କାଉନସିଲର ମିତାରାଣୀ ମହାନ୍ତି, ନିହାର ଦାସ, ବିଜେପି ନଗର ମଣ୍ଡଳ ସଭାପତି ଦିଲୀପ ପଣ୍ଡା, ଙ୍କ ସମେତ ବହୁସଂଖ୍ୟକ ହିନ୍ଦୁ ମୁସଲମାନ ବ୍ୟକ୍ତିବିଶେଷ ଯୋଗ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ, ଆକବର ଖାନ, ବାବର ଖାନ ଚିକୁ ଖାନ, ଜାକିର ହୁସେନ, ଉସମାନ ଖାନ, ଜବାର କୋରେଇସି, ହାଇଦର ଖାନ, ପାକି ଖାନ, ମୌଲାନା ଇର୍ସାଦ ଫଇଜି, ଗୁଡ୍ଡୁ କୋରେଇସି, ୱହାବ ଖାନ, ଆହଦ ଖାନ ପ୍ରମୁଖ ଶୋଭାଯାତ୍ରା ରେ ନେତୃତ୍ୱ ନେଇଥିଲେ,