ଜଣେ ବ୍ୟକ୍ତିଙ୍କ ପାଖରୁ ନଗଦ ୫ଲକ୍ଷ ଜବତ

0

ଧର୍ମଗଡ଼ ରୁ ସୁଶାନ୍ତ ରାଉତ: ଶୁକ୍ରବାର ରାତି ପ୍ରାୟ ଘ ୮.୪୫ ମି ସମୟରେ ଜୟପାଟଣା ବ୍ଲକ ଖଲିଆଭଟା (ଖୁଟୁଲୁ ଗୁଡା ) ଛକ ଠାରେ ଜଣେ ବ୍ୟକ୍ତିଙ୍କ ପାଖରୁ ନଗଦ ୫ଲକ୍ଷ ଜବତ କରିଛି FSTI ଟିମ୍ । ସଂପୃକ୍ତ ଘଟଣାରେ ଜଡିତ ଥିବା ବ୍ୟକ୍ତି ହେଲେ ସୁଦାମ ଭୋଇ ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଗତକାଲି ରାତିରେ ସୁଦାମ OR.08G6963 ନମ୍ବର ବାଇକ ରେ ଆସୁଥିବା ସମୟରେ FSTI ଟିମ ଧର୍ମଗଡ଼ ମାଜିଷ୍ଟେଟ ଟଙ୍କଧର କାଲୁ, ଏଏସଆଇ ବୁଲୁ ସେଠି ,ଯୁବରାଜ ପୂଜାରୀ ପ୍ରମୂଖ ଖୁଟୁଲୁ ଗୁଡା ଛକ ପାଖରେ ସୁଦାମଙ୍କୁ ଅଟକାଇ ବାଇକ ଜାଞ୍ଚକରି ତାଙ୍କଠାରୁ ଟଙ୍କା ଜବତ କରିଥିଲେ । ତେବେ ସୁଦାମ ଭୋଇ ଜୟପାଟଣା ସ୍ଥିତ ଖଲିଆଭଟା ଶ୍ରୀ ଗୋପାଳ ରାଇସ ମିଳକୁ ଏହି ଟଙ୍କା ନେଇଯାଉଥିବା ସ୍ୱୀକାର କରିଥିଲେ । ତାଙ୍କ ଠାରୁ ୫୦୦ଟଙ୍କିଆ ନୋଟ୍ (୮୦୦)ଟି ଓ ୧୦୦ ଟଙ୍କିଆ ନୋଟ୍ (୧୦୦୦) ଟି ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାର ସବିଶେଷ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରହିଛି ।

 

 

 

 

 

 

 

 

 

 

 

 

Leave A Reply

Your email address will not be published.