ମୁଁ କାଉଁରିଆ କାଠି ଭାଙ୍ଗିଯିବି ପଛେ ନଇବି ନାହିଁ

0

ନୂଆପଡା. (ଅମିତ କୁମାର ପୁରୋହିତ) ;ନୂଆପଡା ବିଧାନସଭା  ନିର୍ବାଚନ ମଣ୍ଡଳୀ (୭୧) ବିଧାୟକ ପ୍ରତ୍ୟାସୀ ଯଦୁମଣି ପାଣିଗ୍ରାହୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରି ନିଜ ଜିଦରେ  ଅଟଳ ରହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ମାଠିଆ ଚିହ୍ନ ସହ ନିର୍ବାଚନୀ ପ୍ରଚାର ପ୍ରସାର ନିଜ ସମର୍ଥକଙ୍କ ସହ ଯୋରସୋର ରେ ଆରମ୍ଭ କରିଛନ୍ତି ।  

ଶ୍ରୀ ଯଦୁମଣିଙ୍କ ଅନୁସାରେ ବିଗତ ୩୦ ବର୍ଷ ଧରି ଏକ ଦଳିୟ କର୍ମୀ ହିସାବରେ ଭା.ଜ.ପା ର ସେବା କଲା ପରେ ମଧ୍ୟ ଟିକେଟ ଦେବାରେ ଦଳ ଆଜି ତାଙ୍କୁ ଅଣଦେଖା କରିଛି ।  ନୂଆ କରି ଦଳରେ ଯୋଗ ଦେଇଥିବା ଜଣେ ଅନଭିଜ୍ଞଙ୍କୁ ଟିକେଟ ପ୍ରଦାନ କରିବା ତାଙ୍କୁ ମର୍ମାହତ କରିଛି । ତେଣୁ ସେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢେଇରେ ପାଦ ଦେଇଛନ୍ତି । ଗତ ୨୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର  ଶେଷ ଦିବସରେ ଶ୍ରୀ ଯଦୁମଣିଙ୍କ ଇରିଗେଶନ ଛକ ସ୍ଥିତ କାର୍ଯ୍ୟାଳୟରେ ଅନେକ ଭା.ଜ.ପା ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଭା.ଜ.ପା ପ୍ରାର୍ଥୀ ହୋମ ସିଂ ମାଝୀ ଙ୍କ ସମେତ ବହୁ ଭା.ଜ.ପା ନେତା ତାଙ୍କୁ   ପ୍ରାର୍ଥୀପତ୍ର  ପ୍ରତ୍ୟାହାର  କରିବାକୁ ଅନୁରୋଧ କରିଥିଲେ । ଏନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡ, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂ ଦେଓ ଭଳି ନେତୃବୃନ୍ଦଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରାଇ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶ୍ରା ଯଦୁମଣି ନିଜ ଜିଦରେ  ଅଟଳ ରହି କହିଥିଲେ ମୁଁ କାଉଁରିଆ କାଠି ଭାଙ୍ଗିଯିବି ପଛେ ନଇବି ନାହିଁ । ଏବଂ ସେହି ଦିନ ନିଜ ସମର୍ଥକଙ୍କ ସହ ସହର ପରିକ୍ରମା କରି ର୍ନିବାଚନୀ ରଣ ହୁଙ୍କାର ଦେଇଥିଲେ । ଏହି ଅବସରରେ ପୂର୍ବତନ ସରପଂଚ ଦୁର୍ଗା ଖମାରୀ, ଇଶ୍ୱର ସାହୁ, ଯୁବ ନେତା ମୃତୁ୍ୟଞୟ ପାଣିଗ୍ରାହୀ, ଠକପାଲି ପଂଚାୟତ ସମିତି ସଭ୍ୟ ପୁଷ୍କର ଶବର, ଅବଦୁଲ ରସିଦ, ଲେଖରାମ ପାଣ୍ଡେ, ବାବୁଲାଲ ପଟେଲ, ଇଶ୍ୱର ଶବର ପ୍ରମୁଖ ସତାଧିକ ସମର୍ଥକ ଉପସ୍ଥିତ ଥିଲେ । ଭା.ଜ.ପାକୁ ହରାଇବା କୁ ଆପଣ ନିର୍ବାଚନ ଲଢୁଛନ୍ତି କି ବୋଲି ପଚାରିବାରୁ ସେ କହିଥିଲେ କିଛି ମୃଷ୍ଟିମେୟ  ନେତା ଯେଉଁ ମାନେ ଭା.ଜ.ପାକୁ ହରାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ସେମାନଙ୍କ ମୁଖା ଖୋଲିଦେବା ପାଇଁ ମୁଁ ନିର୍ବାଚନ ଲଢୁଛି । 

Leave A Reply

Your email address will not be published.