ଗୁଣୁପୁର ନିର୍ବାଚନ ମଣ୍ଡଳୀ ଦୁଇ ନେତା ଓ ବାଙ୍କୀର ଜଣେ ନେତା ଦଳରୁ ବହିସ୍କୃତ 

0

ଭୁବନେଶ୍ୱର – ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼ ଏବଂ ଶ୍ରୀ କେ. ରାମକୃଷ୍ଣମ୍‍ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି । ସେହିପରି କଟକ ଜିଲ୍ଲାର ବାଙ୍କୀ ନିର୍ବାଚନ ମଣ୍ଡଳୀର କାହ୍ନୁ ସିଂହଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.