ଅଗ୍ନିକାଣ୍ଡରେ ଘର ସହ ଆସବାବ ପତ୍ର ସମ୍ପୂର୍ଣ ନଷ୍ଟ 

0

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବରାମୁଣ୍ଡା ଗ୍ରାମର ନବଘନ ମଲ୍ଲିକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପାଲନଡା ଯୁକ୍ତ ଘରେ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗିଥିଲା। ଅଗ୍ନି ଶିଖା ଉପରକୁ ଉଠୁଥିବାର ଦେଖି ବହୁତଲୋକ ରୁଣ୍ଡ ହୋଇଥିଲେ ।ପଡୋସି ଗ୍ରାମର ମିନକେତନ ସାହୁ,ଲଲିତ ବାଜପେୟୀ ଓ ଗୌତମ ସାହୁ ସେହି ରାସ୍ତା ଦେଇ ଯାଉଥିଲେ ଏବଂ ନିଆଁ ଲାଗିଥିବାର ଦେଖି ନିଜ ଜୀବନକୁ ବାଜି ଲଗେଇ ପାଖରେଥିବା ଏକ କୂଅରୁ ପାଣିକାଢି ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା କରିଥିଲେ ଏବଂ ବରାମୁଣ୍ଡା ଗ୍ରାମର ନାରାୟଣ ସାହୁ,ହେମରାଜ ସାହୁ,ମଙ୍ଗଲୁ ମଲ୍ଲିକ, ସତ୍ୟବାନ ମଲ୍ଲିକ ପ୍ରମୁଖ ସହ ଯୋଗ କରିଥିଲେ ।   ନିଆଁ ଲିଭିବା ପର୍ଯ୍ୟନ୍ତ ଅନେକ କ୍ଷୟକ୍ଷତି ହୋଇସାରିଥିଲା।ନଡା ଚପରରେ ନିଆଁ ଲାଗି ଯିବାରୁ ଘରେ ରଖାଯାଇଥିବା ଦଶବସ୍ତା ବସ୍ତା ଧାନ,ଚାଉଳ ସହ କପଡା ଓ ଅନେକ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଛି।ପରେ ଖବରପାଇ ଗାଇସିଲେଟ ଅଗ୍ନିଶମ ବିଭାଗର ଦମକଳ ଆସି ପହଞ୍ଚିଥିଲା।

ପ୍ରକାଶ ଥାଉକି ନବଘନ ମଲ୍ଲିକ ଜଣେ ବିପିଏଲ କାର୍ଡଧାରୀ ଦିନ ମଜୁରୀଆ ଅଟନ୍ତି।ନଷ୍ଟ ହୋଇଥିବା ସମ୍ପତ୍ତିର କ୍ଷତିପୂରଣ ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି।

Leave A Reply

Your email address will not be published.