ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ଖେଳପଡ଼ିଆ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦେଶଭକ୍ତିର ଭାବନାରେ ଉଦ୍ବୁଦ୍ଧ ହୋଇ ବହୁ ସଂଖ୍ୟାରେ ଦଳୀୟ ନେତା , କର୍ମୀ ଓ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି ଅବସରରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ସେ ସମସ୍ତ ଜିଲ୍ଲାବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏଥିସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗଜପତି ଜିଲ୍ଲାବାସୀଙ୍କ ସୁଖ , ଶାନ୍ତି , ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ଦେଶର ଏକତା , ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , କାଶୀନଗର ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରା , ଗୁମ୍ମା ଉପାଧ୍ୟକ୍ଷ ଶ୍ରୀନିବାସ , ବ୍ଲକ ସଭାପତି ଈଶ୍ୱର ରାଓ , ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁଙ୍କ ସମେତ ବିଭିନ୍ନ କାଉନସିଲର , ବରିଷ୍ଠ ନେତା ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।
ପତାକା ଉତ୍ତୋଳନ ସମୟରେ ସମଗ୍ର ପରିବେଶ ଦେଶପ୍ରେମର ଭାବନାରେ ଭରିଯାଇଥିଲା। ଉପସ୍ଥିତ ସମସ୍ତେ ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇବା ସହ ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର ଓ ଜାତୀୟ ଏକତାକୁ ସୁଦୃଢ଼ କରିବାର ସଂକଳ୍ପ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post